ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଶିଖିବ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଶିଖିବ ପୁଲିସ୍‌

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର ) : ଏଣିକି ଥାନାକୁ ଗଲେ ଆପଣଙ୍କୁ କେହି ରୁକ୍ଷ ବ୍ୟବହାର କରିବେ ନାହିଁ। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ପୁଲିସ ବିଭାଗର କର୍ମଚାରୀ ଓ ଅଧିକାରୀ। ଅଭିଯୋଗକାରୀଙ୍କ ସହ ସେମାନଙ୍କ ବ୍ୟବହାର ବି ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏନେଇ ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କର ରହିଛି କଡ଼ା ନିର୍ଦ୍ଦେଶ।

‘ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପୁଲିସ୍‌ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  । ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ଡ଼ିଜିପି ନିର୍ଦ୍ଦେଶ ଦେଇଛନ୍ତି।

ପୁଲିସ୍‌-ଜନସାଧାରଣଙ୍କ ସମ୍ପର୍କ ସୁଧାରିବାକୁ  ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ କଲ୍ ସେଣ୍ଟର। ଏନେଇ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପ୍ରସ୍ତୁତ କରିବ ଡାସ୍  ବୋର୍ଡ । ଡାସ୍ ବୋର୍ଡରେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଫୋନ ନମ୍ବର ରହିବ ।

ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ସହ ପୁଲିସ୍‌ର ବ୍ୟବହାର ପରିମାର୍ଜିତ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ କିମ୍ବା ଦୁଇ ଜଣ କର୍ମଚାରୀଙ୍କୁ ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ । ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଏସ୍‌ପି , ଡିଆଇଜି ଓ ଆଇଜିଙ୍କୁ ଏହି ନିର୍ଦ୍ଦେଶ ରହିଛି ।



from Odisha Reporter https://ift.tt/2HvzuLC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages