ଲସ୍ ଏଞ୍ଜେଲସ୍: ପୂର୍ବତନ WWEର ରେସଲର୍ ଓ ହଲିଉଡ୍ ସୁପରଷ୍ଟାର ଡ୍ୱେୟେନ୍ ଜନସନ୍ ତାଙ୍କ ଗାର୍ଲଫ୍ରେଣ୍ଡ ଲରେନ୍ ହାସିନ୍ଙ୍କୁ ବିବାହ କରିଛନ୍ତି। ଲରେନ୍ ଆମେରିକାର ଜଣେ ଲୋକପ୍ରିୟ ଗାୟିକା ଏବଂ ସେ ଲମ୍ୱା ସମୟ ଧରି ଜନସନ୍ଙ୍କୁ ଡେଟ୍ କରୁଥିଲେ। ୪୭ ବର୍ଷୀୟ ଡ୍ୱେୟେନ୍ ଜନସନ୍ ତାଙ୍କ ବିବାହର ଫଟୋ ଇନଷ୍ଟାଗ୍ରାମ୍ରେ ଶେଆର୍ କରିଛନ୍ତି। ଏହି ଫଟୋରେ ଜନସନ୍ ଓ ଲରେନ୍ଙ୍କୁ ଏକ ସମୁଦ୍ର କୂଳରେ ଦେଖିବାକୁ ମିଳିଛି।
ସେହିପରି ଅନ୍ୟ ଏକ ଫଟୋରେ ବ୍ରାଇଡ୍ ଡ୍ୱେୟେନ୍ ତାଙ୍କ ଗ୍ରୁମ୍ ଲରେନ୍ ହାସିନ୍ଙ୍କୁ କିସ୍ କରୁଥିବା ଦେଖାଯାଇଛି। ଫଟୋ ଶେଆର୍ କରି ଡ୍ୱେୟେନ୍ କ୍ୟାପସନ୍ରେ ଲେଖିଛନ୍ତି, ‘ଅଗଷ୍ଟ ୧୮,୨୦୧୯, ହବାଇ’।
୨୦୦୬ରେ ‘ଦ ଗେମ୍ ପ୍ଲାନ୍’ ସେଟ୍ରେ ଡ୍ୱେୟେନ୍ ଓ ଲରେନ୍ଙ୍କ ପ୍ରଥମ ଦେଖା ହୋଇଥିଲା। ଡ୍ୱେୟେନ୍ ଓ ଲରେନ୍ ଗତ ୧୨ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହିଁଙ୍କର ୨ଟି ଝିଅ ମଧ୍ୟ ଅଛନ୍ତି। ଦୁହେଁ ଝିଅଙ୍କର ଫଟୋକୁ ସୋଶାଲ ମିଡିଆରେ ଶେଆର୍ କରୁଥିବା ଦେଖା ଯାଇଥାଏ।
ପୂର୍ବରୁ ଡ୍ୱେୟେନ୍ ପ୍ରଡ୍ୟୁସର୍ ଡୈନି ଗ୍ରୋସିଆଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ୧୮ ବର୍ଷର ଗୋଟିଏ ଝିଅ ରହିଛି। ଡୈନିଙ୍କଠାରୁ ଅଲଗା ହେବା ପରେ ଡ୍ୱେୟେନ୍ ଲରେନ୍ଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ।
from Odisha Reporter https://ift.tt/33MXqmY
No comments:
Post a Comment