ନକ୍ସଲ ଭଉଣୀକୁ ପୁଲିସ ଭାଇର ଚିଠି… ତୁ ଫେରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ନକ୍ସଲ ଭଉଣୀକୁ ପୁଲିସ ଭାଇର ଚିଠି… ତୁ ଫେରିଆ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଭଉଣୀ ତୁ ଫେରିଆ। ତୁ ଯେଉଁ ରାସ୍ତାରେ ଯାଉଛୁ ତାହା ଭୁଲ ରାସ୍ତା। ନକ୍ସଲ ସଙ୍ଗଠନରେ ସାମିଲ ଥିବା ଜଣେ ଭଉଣୀଙ୍କୁ ଚିଠି ଲେଖି ତା’ର ଭାଇ କରିଛି ଏଭଳି ନିବେଦନ।
ଭଉଣୀ ମଧ୍ୟ ଭାଇର ଚିଠି ଉତ୍ତର ଦେଇଛି। ଭାଇ ତୁ ଗଦ୍ଦାର। ନକ୍ସଲ ସଙ୍ଗଠନରୁ ମୁଁ କେବେବି ଘରକୁ ଫେରିବାର ନାହିଁ। ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳରୁ ଏଭଳି ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳର ରାମା ବେଟ୍ଟୀ ଓ ତାଙ୍କ ଭଉଣୀ କାନି ବେଟ୍ଟୀ ଦୁହେଁ କିଛି ବର୍ଷ ତଳେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ନକ୍ସଲଙ୍କ ପ୍ରରୋଚନାରେ ସେମାନେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ହେଲେ ଲାଲ ବାହିନୀରେ ଆଦର୍ଶ ବୋଲି କିଛି ନ ଥିବା ଜାଣି ୨୦୧୮ ମସିହାରେ ବନ୍ଧୁକ ପରିତ୍ୟାଗ କରିଥିଲେ ରାମା। ପରେ ସେ ପରେ ସୁକମା ପୁଲିସ କନଷ୍ଟେବଳ ପଦବୀରେ ଚାକିରି କରିଥିଲେ। ଏବେ ନକ୍ସଲ ବିରୋଧୀ ଅପରେସନରେ ସାମିଲ ହୋଇଛନ୍ତି। ହେଲେ ରାମାଙ୍କ ନିବେଦନ ସତ୍ତ୍ୱେ ଭଉଣୀ କିନ୍ତୁ ନକ୍ସଲ ସଙ୍ଗଠନ ଛାଡି ପାରିନାହିଁ।

ଛତିଶଗଡ଼ କୋଣ୍ଟା ଜଙ୍ଗଲରେ ଗୋଟିଏ ପଟେ ନକ୍ସଲ ଭଉଣୀ ଓ ଅନ୍ୟପଟେ ନକ୍ସଲ ବିରୋଧୀ ଅପରେସନରେ ସାମିଲ କନଷ୍ଟେବଳ ଭାଇ ରାମା।
କେତେବେଳେ ବି ନକ୍ସଲ ବିରୋଧୀ ଅପରେସନରେ ଚାଲି ଯାଇପାରେ ଭଉଣୀର ଜୀବନ। ତେଣୁ କନଷ୍ଟେବଳ ଭାଇ ତା’ର ଉଭଣୀକୁ ନକ୍ସଲ ସଙ୍ଗଠନ ପରିତ୍ୟାଗ କରି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଗୁହାରି କରିଛି। ହେଲେ ଭଉଣୀ ଭାଇ କଥା ଶୁଣିବାକୁ ନାରାଜ। ଏଥିପାଇଁ ଭଉଣୀ ପାଇଁ ଚିନ୍ତାରେ ପଡ଼ିଯାଇଛି ଭାଇ। କାରଣ ଜଙ୍ଗଲରେ ନକ୍ସଲଙ୍କୁ ନିପାତ କରିବା ପାଇଁ ପଣ ନେଇଛନ୍ତି ନକ୍ସଲ ଅପରେସନରେ ସାମିଲ ରାମା । ହେଲେ ଉଭଣୀର ଜିଦ୍ ପାଇଁ ବେଶି ଚିନ୍ତିତ ରାମା । ନକ୍ସଲଙ୍କ ମୁଖ୍ୟ ପୁରୋଧା ସାଜିଛି ଭଉଣୀ କାନି।

କାନି କିମ୍ବା ଅନ୍ୟ ନକ୍ସଲମାନେ ପୁଲିସ୍ ନିକଟରେ ଆତ୍ମସମର୍ପଣ କଲେ ସରକାରଙ୍କ ଯୋଜନା ଅନୁଯାୟୀ ସହାୟତା ମିଳିବ ବୋଲି ସୁକମା ଏସ୍‌ପି ସଲଭ ସିହ୍ନା କହିଛନ୍ତି।
କେବଳ ରାମା ନୁହେଁ, ଅନେକ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଥଇଥାନ ପରେ ଏବେ ସେମାନେ ନକ୍ସଲ ବିରୋଧୀ ଅପରେସନର ଆଗଧାଡିର ଯୋଦ୍ଧା ସାଜିଛନ୍ତି। ଯାହାକି ନକ୍ସଲ ଦମନରେ ବେଶ ସଫଳତା ମିଳିବା ସହ ନକ୍ସଲଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏକ ପ୍ରକାର ବାର୍ତ୍ତା ଦିଆଯାଉଛି ବୋଲି ଏସପି କହିଛନ୍ତି।



from Odisha Reporter https://ift.tt/2TMJIMD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages