ପ୍ରସୂତିଙ୍କ ଷ୍ଟିଚ୍‌ ଖୋଲିବାକୁ ୨୦୦ ଟଙ୍କା ଲାଞ୍ଚ ମାଗିଥିବା ନର୍ସ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ପ୍ରସୂତିଙ୍କ ଷ୍ଟିଚ୍‌ ଖୋଲିବାକୁ ୨୦୦ ଟଙ୍କା ଲାଞ୍ଚ ମାଗିଥିବା ନର୍ସ ନିଲମ୍ବିତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପ୍ରସୂତିଙ୍କ ଷ୍ଟିଚ୍‌ ଖୋଲିବାକୁ ଟଙ୍କା ମାଗିବା ଘଟଣାରେ ସମ୍ପୃକ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ନର୍ସଙ୍କୁ ଆଜି ନିଲମ୍ବିନ କରାଯାଇଛି। ଗତ ୩ ତାରିଖରେ ଜଣେ ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବାକୁ ଏହି ନର୍ସ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ମାଗିବା ବେଳର ଭିଜୁଆଲ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ସୂଚନାଯୋଗ୍ୟ, ଶରଣକୁଳ ଥାନା ସୋଲାପଟା ଗାଁର କମେଶ୍ୱର ଆଚାରିଙ୍କ ପତ୍ନୀ ସନ୍ଧ୍ୟା ଗର୍ଭବତୀ ଥିଲେ। ଗତ ୨୨ ତାରିଖରେ ପ୍ରସବ ପାଇଁ ଡାକ୍ତର ତାରିଖ ଦେଇଥିଲେ। ତେବେ ଧାର୍ଯ୍ୟ କରିଥିବା ତାରିଖ ଅତିକ୍ରମ ହୋଇ ସାରିଥିଲେ ବି ତାଙ୍କର ପ୍ରସବ ହୋଇନଥିଲା। ଗତ ୨୭ ତାରିଖରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲ୍‌ରେ ଆଡମିଟ୍‌ ହୋଇଥିଲେ। ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରସୂତିଙ୍କ ଶରୀରରେ ଜଳୀୟ ଅଂଶ କମ୍ ଥିବା ଦର୍ଶାଇ ଅସ୍ତ୍ରୋପଚାର କରିଥିଲେ। ସେଠାରେ କିଛି ଦିନ ରହିବା ପରେ ସେ ଘରକୁ ପଳାଇ ଆସିଥିଲେ।

ଏହାପରେ ଗତ ତିନି ତାରିଖ ସନ୍ଧ୍ୟାରେ ମହିଳାଜଣଙ୍କ ଷ୍ଟିଚ୍‌ ଖୋଲିବାକୁ ମେଡ଼ିକାଲ୍ ଯାଇଥିଲେ। ସେଠାରେ ଥିବା ନର୍ସ ଏଥିନିମନ୍ତେ ତାଙ୍କୁ ୨୦୦ ଟଙ୍କା ମାଗିଥିଲେ। ଯାହାର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ୱେତ ମହାପାତ୍ର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରସୂତିଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ତାଙ୍କୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଛି।



from Odisha Reporter https://ift.tt/2PIMsvU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages