ହଫିଜ୍‌, ମାସୁଦ, ଜକିଉର୍‌ ଓ ଦାଉଦଙ୍କୁ ଆତଙ୍କବାଦୀ ଘୋଷଣା ନିଷ୍ପତ୍ତିକୁ ଆମେରିକାର ସମର୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ହଫିଜ୍‌, ମାସୁଦ, ଜକିଉର୍‌ ଓ ଦାଉଦଙ୍କୁ ଆତଙ୍କବାଦୀ ଘୋଷଣା ନିଷ୍ପତ୍ତିକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଆମେରିକା। ହାଫିଜ ସୟିଦ୍, ମାସୁଦ ଆଝାର, ଜକିଉର ରେହମାନ୍ ଓ ଦାଉଦ୍ ଇବ୍ରାହିମଙ୍କୁ ବୁଧବାର ଆତଙ୍କବାଦୀ ବୋଲି ଘୋଷଣା କରିଛି ଭାରତ। ଭାରତର ଏହି ନିଷ୍ପତ୍ତିକୁ ଆମେରିକା ଏବେ ସମର୍ଥନ କରିଛି। ୟୁଏପିଏ ଆଇନ୍‌ ଅନୁସାରେ ପାକିସ୍ତାନରେ ଆତ୍ମଗୋପନ କରିଥିବା ହାଫିଜ, ମାସୁଦ ଓ ଦାଉଦଙ୍କୁ ଭାରତ ସରକାର ଆତଙ୍କବାଦୀ ବୋଲି ଘୋଷଣା କରିଛି।

ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସାଉଥ୍-ସେଣ୍ଚ୍ରାଲ୍ ଏସିଆନ୍ ବିଭାଗ ଟୁଇଟ୍ କରି ଭାରତ ୟୁଏପିଏ ଆଇନ୍‌ ଅନୁସାରେ ଆତଙ୍କବାଦୀ ଘୋଷଣା କରିଥିବା ବ୍ୟକ୍ତିକୁ ସମର୍ଥନ କରିଛି।

ଆତଙ୍କବାଦୀ ଘୋଷିତ ହୋଇଥିବା ୪ ଜଣ ବ୍ୟକ୍ତି ଭାରତର ମୋଷ୍ଚ ଓ୍ୱାଣ୍ଟେଡ୍ ତାଲିକାରେ ରହିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ, ୨୦୦୧ରେ ସଂସଦ ଉପରେ ହୋଇଥିବା ଆକ୍ରମଣ, ଚଳିତ ବର୍ଷ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣ, ୨୦୦୮ ମସିହା ମୁମ୍ବାଇ ଆକ୍ରମଣ, ୧୯୯୩ ମୁମ୍ବାଇ ସିରିଜ୍‌ ବୋମା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଘୋଷିତ ହୋଇଥିବା ୪ ବ୍ୟକ୍ତିଙ୍କର ସଂପୃକ୍ତି ରହିଛି ବୋଲି ଭାରତ ପାଖରେ ପ୍ରମାଣ ରହିଛି।



from Odisha Reporter https://ift.tt/2zSfjmN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages