ଘରର ମୁଖ୍ୟ ଦ୍ୱାର ପାଇଁ ୬ଟି କଥା ଉପରେ ଗୁରୁତ୍ୱ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 17, 2019

ଘରର ମୁଖ୍ୟ ଦ୍ୱାର ପାଇଁ ୬ଟି କଥା ଉପରେ ଗୁରୁତ୍ୱ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଜୀବନ ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଏହା ସକାରାତ୍ମକ ନା ନକାରାତ୍ମକ ପ୍ରଭାବ ପକାଇବ, ତାହା ତାର ବାସ୍ତୁ ଉପରେ ନିର୍ଭର କରେ। ବାସ୍ତୁ ଅନୁଯାୟୀ ଏହା ଠିକ୍ ଦିଗରେ ଓ ଠିକ୍ ଭାବରେ ନିର୍ମିତ ହୋଇଥିଲେ ସକାରାତ୍ମକ ପ୍ରଭାବ ପକାଏ। ନହେଲେ ଏହା ନକାରାତ୍ମକ ପ୍ରଭାବ ପକାଏ।  ମୁଖ୍ୟ ଦ୍ୱାର ଠିକ୍‌ ଦିଗରେ ରହିଲେ ଓ ବାସ୍ତୁ ଅନୁସାରେ ନିର୍ମାଣ ହୋଇଥିଲେ ଘରେ ଘରେ ସୁଖଶାନ୍ତି ବଜାୟ ରହିବା ସହିତ ଆର୍ଥିକ ସ୍ଥିତି ମଜବୁତ୍‌ ହୋଇଥାଏ ବୋଲି କୁହାଯାଏ। ତେଣୁ ଘରର ମୁଖ୍ୟ ଦ୍ୱାର କିପରି ହେବା ଉଚିତ୍‌, ଏହା ପାଖରେ ବା ସମ୍ମୁଖରେ କ’ଣ ରହିଲେ ଭଲ ଓ କ’ଣ ରହିଲେ ଖରାପ, ଆସନ୍ତୁ ସେ ବିଷୟରେ ଜାଣିନେବା।

୧. ଘରର ମୁଖ୍ୟ ଦ୍ୱାରକୁ ଲାଗି ଆଉ ଦ୍ୱାର କରନ୍ତୁ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରିଥାଏ। ଯଦି ମୁଖ୍ୟ ଦ୍ୱାର ପାଖରେ ଏକ ଅବା ଏକାଧିକ ଦ୍ୱାର ଅଛି, ତା’ହେଲେ ମୁଖ୍ୟ ଦ୍ୱାରର କବାଟରେ ସ୍ପଟିକ ଚିହ୍ନ ଲଗାନ୍ତୁ। ସବୁଠୁ ଭଲ ଅନ୍ୟ ଦ୍ୱାରଗୁଡ଼ିକୁ ବନ୍ଦ କରି ଦେବାକୁ ଚେଷ୍ଟା କରନ୍ତୁ।

୨. ସୁଫଳ ପ୍ରାପ୍ତି ପାଇଁ ଘରର ମୁଖ୍ୟ ଦ୍ୱାରରେ ଘୋଡ଼ା ନାଲ ଲଗାନ୍ତୁ। ଏହି ନାଲକୁ ଦ୍ୱାରର ମଧ୍ୟ ଭାଗରେ ଲଗାନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରି ନଥାଏ।

୩. ମୁଖ୍ୟ ଦ୍ୱାରର ଦୁଇପାର୍ଶ୍ୱରେ ତୁଳସୀ ଗଛ ଲଗାନ୍ତୁ। ଏହା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହେ ବୋଲି କୁହାଯାଏ।

୪. ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ଲମ୍ୱା ଗଛ ରହିବା ଅଶୁଭ। ଯଦି ଗଛ କାଟିବା ସମ୍ଭବ ନୁହେଁ, ତେବେ ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇ ଏହାକୁ ପୂଜା କରନ୍ତୁ।

୫. ମୁଖ୍ୟ ଦ୍ୱାର ସାମ୍ନାରେ ଅଳିଆ, ଆବର୍ଜନା ଜମା କରନ୍ତୁ ନାହିଁ କି କୌଣସି ଗାତ ରଖନ୍ତୁ। ଯଥା ସମ୍ଭବ ମୁଖ୍ୟ ଦ୍ୱାର ସମ୍ମୁଖକୁ ସଫା ରଖିବାକୁ ଚେଷ୍ଟା କରନ୍ତୁ। ନହେଲେ ଘରର ସଦସ୍ୟ ରୋଗଗ୍ରସ୍ତ ହୋଇଥା’ନ୍ତି।

୬. ଘରର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଅନ୍ୟ ଦ୍ୱାର ଅପେକ୍ଷା ମୁଖ୍ୟ ଦ୍ୱାରକୁ ବଡ଼ କରନ୍ତୁ।

 



from Odisha Reporter https://ift.tt/2LZBFIC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages