ପାଟ୍ରୋଲିଂ କରୁଥିବା ବେଳେ ନିଖୋଜ୍ ହେଲେ ବିଏସଏଫ ଯବାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ପାଟ୍ରୋଲିଂ କରୁଥିବା ବେଳେ ନିଖୋଜ୍ ହେଲେ ବିଏସଏଫ ଯବାନ୍

ଶ୍ରୀନଗର: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ୍ ହୋଇଛନ୍ତି ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଜଣେ ଯବାନ୍। ଆରଏସପୁରାର ଆର୍ଣ୍ଣିଆ ସେକ୍ଟରରେ ପାଟ୍ରୋଲିଂ କରୁଥିବା ବେଳେ ଯବାନ ଜଣକ ଗତକାଲିଠୁ ନିଖୋଜ ରହିଛନ୍ତି। ଆଜି ଏ ବାବଦରେ ସୂଚନା ମିଳିଛି।

ଖବର ସରବରାହ ସଂସ୍ଥା ପିଟିଆର ରିପୋର୍ଟ ଅନୁଯାୟୀ ଯବାନଙ୍କ ନାମ ପରିତୋଷ ମଣ୍ଡଳ (୫୪)। ବିଏସଏଫରେ ସେ ସବ୍ ଇନସପେକ୍ଟର ପଦବୀରେ ନିୟୋଜିତ ଥିଲେ। ଗତକାଲି ସେ ଓ ଦୁଇ ଜଣ କନଷ୍ଟେବଳ ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବାବେଳେ ଦୁର୍ଘଟଣାବଶତଃ ପରିତୋଷ ନଦୀରେ ଖସି ପଡ଼ିଥିଲେ। ଏହାପରେ ଏହି ନିଖୋଜ ବିଏସଏଫ ଯବାନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ହେଲେ ଶେଷ ଖବର ମିଳିବା ଯାଏ ପରିତୋଷଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ।

ପାକିସ୍ତାନକୁ ମଧ୍ୟ ଏ ବାବଦରେ ସୂଚନା ଦିଆଯାଇଛି। ଯଦି ପରିତୋଷଙ୍କ ବାବଦରେ ସୂଚନା ମିଳେ ତାହେଲେ ତୁରନ୍ତୁ ଭାରତକୁ ଖବର ଦେବେ। ନିଖୋଜ ଯବାନ ପରିତୋଷ ମଣ୍ଡଳ ବିଏସଏଫର ୩୬ ବାଟାଲିୟନ ସହ ଜଡ଼ିତ ଥିଲେ। ପ୍ରବଳ ବର୍ଷା ହେଉଥିବାରୁ ଅନେକ ନଦୀରେ ପାଣି ଭରି ରହିଛି। ପାଟ୍ରୋଲିଂ କରୁଥିବା ବେଳେ ନଦୀ ଭିତରକୁ ପରିତୋଷ ଖସି ପଡ଼ିଥିଲେ ବୋଲି ସୂଚନା ରହିଛି।



from Odisha Reporter https://ift.tt/2nFsxQM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages