ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ଦିଲ୍ଲୀରେ ମିଳୁନି ଘର। ପୀଡ଼ିତାଙ୍କ ବାବଦରେ ଘର ମାଲିକ ଜାଣିବା ପରେ ଘର ଖାଲି ଥିଲେ ବି ଭଡ଼ା ଦେବା ପାଇଁ ଅମଙ୍ଗ ହେଉଛନ୍ତି। ପୀଡ଼ିତାଙ୍କ ଓକିଲ ଧର୍ମେନ୍ଦ୍ର କୁମାର ମିଶ୍ର ଏ ନେଇ ଦିଲ୍ଲାର ଏକ ସ୍ଥାନୀୟ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସ୍ଥାନୀୟ କୋର୍ଟର ମୁଖ୍ୟ ବିଚାରପତି ଦିଲ୍ଲୀ ମହିଳା କମିଶନଙ୍କୁ ନୋଟିସ୍ କରିଛନ୍ତି। ତୁରନ୍ତ ଏକ କମିଟି ଗଠନ କରି ପୀଡ଼ିତାଙ୍କ ପରିବାରକୁ ଘର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୟୁପି ଉନ୍ନାଓର ବିଧାୟକ କୁଲଦୀପ ସିଂହ ସେନଗରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଚାଲିଛି। ତିହାର ଜେଲରେ ଥିବା ଏହି ବାହୁବଳୀ ବିଧାୟକ ତାଙ୍କ ଲୋକଙ୍କ ସାହାଯ୍ୟରେ ପୀଡ଼ିତାଙ୍କୁ ଧମକ ଦେଉଛନ୍ତି। ଗତ ଜୁଲାଇରେ ମଧ୍ୟ ପୀଡ଼ିତା କାର୍ରେ ତାଙ୍କ ପରିବାର ସହ ଯାଉଥିବା ବେଳେ ଏକ ଟ୍ରକ ଆସି ଧକ୍କା ଦେଇଥିଲା। ଏଥିରେ ଗୁରୁତର ଅବସ୍ଥାରେ ପୀଡ଼ିତା ଏବଂ ତାଙ୍କ ଓକିଲ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ରହିଛନ୍ତି।
ଏହାପରେ ପୀଡ଼ିତାଙ୍କ ପରିବାର ଲୋକେ ଧମକ ଚମକର ଶିକାର ହେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଏହାପରେ ଦିଲ୍ଲୀ ସ୍ଥାନାନ୍ତର ହେବାକୁ ପୀଡ଼ିତାଙ୍କ ପରିବାରଙ୍କୁ ପରାମର୍ଶ ଦେଇଥିଲେ।
ସେହିପରି ଉନ୍ନାଓ ଦୁଷ୍କର୍ମ ପରେ ପୀଡ଼ିତାଙ୍କ ବାପା ହତ୍ୟାର ଶିକାର ହୋଇଛନ୍ତି। ଏ ନେଇ ଗତକାଲି ପ୍ରମାଣ ପାଇଁ କୋର୍ଟରେ ହାଜର ହୋଇଥାନ୍ତେ ପୀଡ଼ିତାଙ୍କ ମା’। ହେଲେ ସେ ହାଜର ହୋଇନଥବା ଜଣାପଡ଼ିଛି।
from Odisha Reporter https://ift.tt/2ob1i0P
No comments:
Post a Comment