ଚନ୍ଦ୍ରାୟନ-୨ରେ ୯୮% ସଫଳତା ମିଳିଛି: କେ. ଶିବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

ଚନ୍ଦ୍ରାୟନ-୨ରେ ୯୮% ସଫଳତା ମିଳିଛି: କେ. ଶିବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚନ୍ଦ୍ରାୟନ-୨ରେ ୯୮ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ଅନୁସନ୍ଧାନ ଚାଲିଛି। ବିକ୍ରମ ସଂପର୍କରେ ତଥ୍ୟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନେବୁ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଆଜି ଇସ୍ରୋ ମୁଖ୍ୟ କେ. ଶିବନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ଅର୍ବିଟର ସଂପର୍କରେ ବହୁତ କିଛି ତଥ୍ୟ ମିଳିବ ବୋଲି ଆଶା ରଖିଛୁ। ଆସନ୍ତା ବର୍ଷ ଶେଷ ବେଳକୁ ଗଗନାୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଗଗନାୟନର ସଫଳତା ନେଇ ଆମେ ଏବେଠୁ ଗୁରୁତ୍ୱ ଦେଉଛୁ।”

ଏହା ସହ ସେ ଇସ୍ରୋ ବୈଜ୍ଞାନିକଙ୍କ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଇସ୍ରୋ ମୁଖ୍ୟ କେ. ଶିବନ ଆଜି ଓଡ଼ିଶା ଆସିଛନ୍ତି। ସେ IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି।



from Odisha Reporter https://ift.tt/2AyWa9J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages