ସହଜ ପ୍ରଶ୍ନର ଉତ୍ତର ଦେଇ ପାରିଲେନି ସୋନାକ୍ଷୀ; ସୋଶାଲ୍ ମିଡିଆରେ ସମାଲୋଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

ସହଜ ପ୍ରଶ୍ନର ଉତ୍ତର ଦେଇ ପାରିଲେନି ସୋନାକ୍ଷୀ; ସୋଶାଲ୍ ମିଡିଆରେ ସମାଲୋଚିତ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ହେଉଛନ୍ତି ବଲିଉଡ୍‌ର ଅନ୍ୟତମ ନାମୀଦାମୀ ଅଭିନେତ୍ରୀ। ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ଓ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ମଙ୍ଗଲ୍’ ରିଲିଜ୍ ହୋଇଥିଲା। ତେବେ ଗତକାଲି ‘କୌନ୍ ବନେଗା କୋରଡ୍‌ପତି’ ଶୋ’ରେ ଯୋଗ ଦେଇଥିବା ସୋନାକ୍ଷୀଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଛି।

ଗତକାଲି ଶୋ’ରେ ସ୍ୱତନ୍ତ୍ର ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ରାଜସ୍ଥାନର ରୁମା ଦେବୀ, ଯିଏ ୨୨ ହଜାର ମହିଳାଙ୍କୁ ସ୍କିଲ୍ ଡେଭଲପ୍‌ମେଣ୍ଟ୍ ଟ୍ରେନିଂ ଦେଇ ସାରିଛନ୍ତି। ୨୦୧୮ରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ନାରୀ ଶକ୍ତି’ ପୁରସ୍କାରରେ ସମ୍ମାନିତ କରିଥିଲେ। ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ଭଳି ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ପ୍ରଭାବିତ କରିଛି। ଏମିତି କି ସେ ରୁମା ଦେବୀଙ୍କ ବ୍ରାଣ୍ଡ ଆମ୍ବାସଡ଼ର ହେବା ପାଇଁ ବି ନିଷ୍ପତ୍ତି ନେଇଛନ୍ତି। ଗତକାଲି ସେ ଶୋ’ରେ ସେ ରୁମା ଦେବୀଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଉପସ୍ଥିତ ଥିଲେ। ତେବେ ଅମିତାଭଙ୍କ ଏକ ସହଜ ପ୍ରଶ୍ନର ଉତ୍ତର ନ ଦେଇ ପାରି ସେ ଭାରି ନିନ୍ଦିତ ହୋଇଛନ୍ତି।

ଅମିତାଭ ପଚାରି ଥିଲେ, ‘ରାମାୟଣ’ ଅନୁସାରେ ହନୁମାନ କାହା ପାଇଁ ସଞ୍ଜୀବନୀ ଜଡ଼ିବୁଟି ଆଣିବା ପାଇଁ ଯାଇଥିଲେ? ଏଥିପାଇଁ ତାଙ୍କୁ ବିକଳ୍ପ ଭାବେ ସୁଗ୍ରୀବ, ଲକ୍ଷ୍ମଣ, ସୀତା ଓ ରାମଙ୍କ ନାମ ଦିଆଯାଇଥିଲା। କିନ୍ତୁ ସେ ଏହାର ଠିକ୍ ଉତ୍ତର କହି ପାରି ନଥିଲେ। ସେ ପ୍ରଥମେ ସୀତା କହିଥିଲେ ଓ ତା’ ପରେ ରାମ ବୋଲି କହିଥିଲେ, ଯାହା ପୂରା ଭୁଲ୍ ଥିଲା। ରୁମା ଦେବୀ ମଧ୍ୟ ଏହାର ଉତ୍ତର ଜାଣି ନଥିଲେ। ତେଣୁ ଶେଷ ଲାଇଫ୍‌ଲାଇନ୍‌ ‘ବିଶେଷଜ୍ଞଙ୍କ ସାହାଯ୍ୟ’ ନିଆଯାଇଥିଲା ଓ ସେ ଏହାର ଠିକ୍ ଉତ୍ତର ‘ଲକ୍ଷ୍ମଣ’ ବୋଲି କହିଥିଲେ।

ସୋନାକ୍ଷୀ ଏ ପ୍ରଶ୍ନର ଉତ୍ତର ଜାଣି ନଥିବାରୁ ନିଜେ ଅମିତାଭ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। କାରଣ ସୋନାକ୍ଷୀଙ୍କ ପରିବାରର ଅନେକ ଲୋକଙ୍କ ନାଁ ‘ରାମାୟଣ’ର ବିଭିନ୍ନ ଚରିତ୍ରକୁ ନେଇ ହୋଇଛି। ତାଙ୍କ ବାପାଙ୍କ ନାଁ ଶତ୍ରୁଘ୍ନ। ତାଙ୍କ ଦୁଇ ଭାଇଙ୍କ ନାଁ ଲବ ଓ କୁଶ। ସେହିଭଳି ଶତ୍ରୁଘ୍ନଙ୍କ ତିନି ଭାଇଙ୍କ ନାଁ ରାମ, ଲକ୍ଷ୍ମଣ ଓ ଭରତ।

ସୋନାକ୍ଷୀଙ୍କ ଜ୍ଞାନକୁ ଦେଖି ସୋଶାଲ୍ ମିଡିଆରେ ଲୋକେ ତାଙ୍କୁ ଖୁବ୍ ଟ୍ରୋଲ୍ କରିଛନ୍ତି। କେହି କେହି ତାଙ୍କୁ ‘ବୋକୀ’ ବୋଲି ମଧ୍ୟ କହିଛନ୍ତି। ତାଙ୍କ ଉଦ୍ଦେଶ୍ୟରେ ଲୋକେ ଅନେକ ମିମ୍‌ ମଧ୍ୟ ପୋଷ୍ଟ୍ କରିଛନ୍ତି। ଜଣେ ୟୁଜର ‘କଲଙ୍କ’ ଫିଲ୍ମର ପୋଷ୍ଟର୍ ଶେଆର୍ କରି କହିଛନ୍ତି ଯେ ଏହି ଫିଲ୍ମରେ ତାଙ୍କୁ ନେବା ନିଷ୍ପତ୍ତି ଠିକ୍ ଥିଲା।



from Odisha Reporter https://ift.tt/2IhEeou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages