ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ବଲିଉଡ୍ରେ ୫୦ ବର୍ଷ ପୂରା କରି ସାରିଲେଣି। ତଥାପି ତାଙ୍କ କ୍ରେଜ୍ କମିନି। ବୟସ ବଢ଼ିବା ସହିତ ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କର ଭରପୂର ମନୋରଞ୍ଜନ କରୁଛନ୍ତି। ଆଉ ୟା ଭିତରେ ତାଙ୍କ ପାଇଁ ତଥା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର ମଧ୍ୟ ଆସିଛି। ଚଳଚ୍ଚିତ୍ର କ୍ଷେତ୍ର ପାଇଁ ତାଙ୍କର ଯେଉଁ ଯୋଗଦାନ ରହିଛି, ତାକୁ ବିଚାର କରି ସରକାର ତାଙ୍କୁ ଦାଦା ସାହେବ ଫାଲ୍କେ ସମ୍ମାନରେ ସମ୍ମାନିତ କରିବା ପାଇଁ ଘୋଷଣା କରିଛନ୍ତି। ଏହା ହେଉଛି ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ। ଏହା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆଉ ଏଥିରେ ‘ଅମୁଲ’ ମଧ୍ୟ ସାମିଲ ହୋଇଛି। ‘ଅମୁଲ’ ନିଆରା ଢଙ୍ଗରେ ବିଗ୍ ବିଙ୍କୁ ଶୁଭେଚ୍ଛା ଜଣାଇଛି।
‘ଅମୁଲ୍’ ତା’ର ଟ୍ୱିଟ୍ର ଆକାଉଣ୍ଟରେ ଅମିତାଭ ବଚ୍ଚନ ‘ଦାଦା ସାହେବ ଫାଲ୍କେ ଆୱାର୍ଡ’ ଜିତିଲେ ବୋଲି ଲେଖିବା ସହ ଏକ ଆର୍ଟ ପୋଷ୍ଟ୍ କରିଛି। ଏଥିରେ ଅମିତାଭ ନିଜ ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡ଼ପତି’ର ହଟ୍ ସିଟ୍ରେ ବସିଛନ୍ତି ଓ ତାଙ୍କୁ ଅମୁଲ୍ ଗର୍ଲ ଏକ ବଟର୍ ଦେଉଛନ୍ତି। ଏହି ଚିତ୍ରର ବ୍ୟାକ୍ଗ୍ରାଉଣ୍ଟରେ ଦାଦା ସାହେବ ଫାଲକେ ଆୱାର୍ଡର ଚିତ୍ର ମଧ୍ୟ ରହିଛି ଓ କ୍ୟାପସନ୍ରେ ଲେଖା ହୋଇଛି, ‘ଏକ୍ ଔର ବିଜୟ’ (ଆଉ ଏକ ବିଜୟ)। ସେହିଭଳି ଅମୁଲ ଗର୍ଲ ଏକ ଅଣ୍ଡା ଆକୃତିର ବକ୍ସରୁ ବାହାରୁଥିବା ଦେଖିବାକୁ ମିଳିଛି। ବୋଧହୁଏ ଏହାକୁ ‘ଅମର୍ ଆକ୍ବର୍ ଆନ୍ଥୋନି’ ଫିଲ୍ମକୁ ଅନୁକରଣ କରି କରାଯାଇଛି। ଏହି ଫିଲ୍ମର ଏକ ଗୀତରେ ଅମିତାଭ ବଚ୍ଚନ ଏଭଳି ଏକ ବକ୍ସରୁ ବାହାରିଥିଲେ।
#Amul Topical: Amitabh Bachchan wins Dadasaheb Phalke Award! pic.twitter.com/If371R2shc
— Amul.coop (@Amul_Coop) September 27, 2019
ସେହିଭଳି ‘ଏକ ଔର ବିଜୟ‘ କ୍ୟାପସନ୍ଟିକୁ ‘ଅମୁଲ୍’ ଅମିତାଭଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିବା ଖୁସି ସହ ତାଙ୍କର ଫିଲ୍ମି ନାଁ ‘ବିଜୟ’ ସହିତ ଯୋଡ଼ିବାକୁ ଚେଷ୍ଟା କରିଛି। ୨୨ଟି ଫିଲ୍ମରେ ଅମିତାଭଙ୍କ ନାଁ ବିଜୟ ରହିଛି। ଏମିତିକି ସୂଚନା ମିଳିଛି ଯେ ତାଙ୍କ ଅପ୍କମିଂ ଫିଲ୍ମ ‘ଝୁଣ୍ଡ୍’ରେ ମଧ୍ୟ ତାଙ୍କ ନାଁ ବିଜୟ ରଖାଯାଇଛି।
ଅମିତାଭ୍ ୧୯୬୯ରେ ‘ସାତ୍ ହିନ୍ଦୁସ୍ତାନୀ’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ସେବେଠୁ ଆଜି ଯାଏ ସେ ଅନେକ ଫିଲ୍ମରେ କାମ କରିସାରିଲେଣି। ଫିଲ୍ମ ‘ଅଗ୍ନିପଥ୍’, ‘ବ୍ଲାକ୍’, ‘ପା’ ଓ ‘ପିକୁ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ସହ ଅଭିନେତା ଭାବେ ସେ ଏକାଧିକ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୧୯୯୧ରେ ତାଙ୍କୁ ପ୍ରଥମ ‘ଫିଲ୍ମଫେୟାର ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ଆୱାର୍ଡ’ ପ୍ରଦାନ କରାଯାଇଥିଲା। ସେହିପରି ୨୦୦୦ ମସିହାରେ ତାଙ୍କୁ ‘ଫିଲ୍ମଫେୟାର ସୁପର୍ଷ୍ଟାର ଅଫ୍ ଦ ମିଲେନିୟମ୍’ ପ୍ରଦାନ କରାଯାଇଥିଲା। ଅମିତାଭଙ୍କୁ ଭାରତ ସରକାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।
from Odisha Reporter https://ift.tt/2o9pGzU
No comments:
Post a Comment