ବାଇକ୍‌ରେ ଯାଉଥିଲେ, ମାରିଲା ବିଜୁଳି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 28, 2019

ବାଇକ୍‌ରେ ଯାଉଥିଲେ, ମାରିଲା ବିଜୁଳି !

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ହିଲୋଇ ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଜୟ କୁମାର ସାହୁ (୨୫)। ତାଙ୍କ ଘର ତାଳଚେର ବେଲାପଡ଼ା ଗାଁରେ। ସେ ଭରତପୁର କୋଇଲା ଖଣିରେ କାର୍ଯ୍ୟ କରୁଥିଲେ।

ଆଜି ଭୋର ପ୍ରାୟ ସାଢ଼େ ପାଞ୍ଚଟା ବେଳେ  ଅଜୟ ଏକ ବାଇକ୍‌ରେ ଭରତପୁର କୋଇଲା ଖଣିକୁ ଯାଉଥିଲେ। ଏହି ସମୟରେ ହିଲୋଇ ଠାରେ ବଜ୍ରପାତରେ ତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ତାଳଚେର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି  ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏଥିସହ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ଘଟିଛି, ତା’ର ତଦନ୍ତ ଚଳାଇଛି।



from Odisha Reporter https://ift.tt/2obpWOR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages