ଗର୍ଭବତୀ ହେବାର ଉପଯୁକ୍ତ ବୟସ ଜାଣନ୍ତୁ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ଗର୍ଭବତୀ ହେବାର ଉପଯୁକ୍ତ ବୟସ ଜାଣନ୍ତୁ..

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନର କ୍ୟାରିୟର ମନସ୍କ ଯୁବପିଢୀ ବିବାହକୁ ନେଇ ବେଶି ତତ୍ପରତା ଦେଖାଉନାହାନ୍ତି। ପିଲାଙ୍କ ଖୁସିକୁ ଦୃଷ୍ଟିରେ ରଖି ବାପାମା’ ମଧ୍ୟ ସେମାନଙ୍କ ବିବାହକୁ ବେଶି ଗୁରୁତ୍ୱ ଦେଉ ନାହାନ୍ତି । ତେବେ ମହିଳାଙ୍କ କ୍ଷେତ୍ରରେ ବିଳମ୍ୱରେ ବିବାହ ଭବିଷ୍ୟତରେ ବହୁ ସମସ୍ୟାକୁ ଡାକି ଆଣିପାରେ। ଯେପରିକି ମହିଳାମାନେ ମା’ ହେବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଥାଏ। ଏହି ସମୟ ଅତିକ୍ରମ କଲେ ଗର୍ଭପାତ ହେବାର ଆଶଙ୍କା ବଢ଼ିଯାଇଥାଏ।

ଆସନ୍ତୁ ଜାଣିବା, ଜଣେ ମହିଳା ପାଇଁ ମା’ ହେବାର ଉପଯୁକ୍ତ ବସୟ କ’ଣ ରହିବା ଉଚିତ।

୨୦ ରୁ ୩୦ ବର୍ଷ ପର୍ଯ୍ୟନ୍ତ ସମୟସୀମାକୁ  ମା’ ହେବା ନିମନ୍ତ ଉପଯୁକ୍ତ ସମୟ ବୋଲି କୁହାଯାଏ। ଏହି  ବର୍ଗର ମହିଳା ଗର୍ଭାବସ୍ଥା ସହିତ ଜଡ଼ିତ ସମସ୍ତ ସମସ୍ୟାକୁ ସାମ୍ନା କରିପାରିଥାନ୍ତି। ଅନ୍ୟ ସମୟ ଅପେକ୍ଷା ଏହି ସମୟରେ ମହିଳାଙ୍କ ଗର୍ଭାଶୟରେ ଗର୍ଭଧାରଣ କ୍ଷମତା ଅଧିକ ରହିଥାଏ।

ସେହିପରି ୩୦ରୁ ୩୯ ବୟସ ବର୍ଗର ମହିଳାଙ୍କ ଗର୍ଭାବସ୍ଥା ସମୟରେ ଅନେକ ସମସ୍ୟା ଦେଖା ଦେଇଥାଏ। ଯାହା ପେଟରେ ବଢୁଥିବା ପିଲା ଉପରେ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ, ଏହି ବୟସରେ ଗର୍ଭପାତ ହେବାର ଆଶଙ୍କା ଅଧିକ ରହିଥାଏ।

ଏକ ଗବେଷଣା ଜଣାଯାଇଛି ଯେ ୪୦ ରୁ ୪୯ ବର୍ଷ ବୟସରେ ମହିଳା ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁ ପ୍ରତି ବିପଦ ଦେଖାଦେଇଥାଏ। ଏହି ସମୟରେ ପ୍ରିମାଚ୍ୟୁର୍‌ ଡେଲିଭରି, ପିଲାର ଓଜନ କମ୍‌ ହେବା, ଜନ୍ମରୁ ହିଁ ରୋଗଗ୍ରସ୍ତ ହେବାର ଲକ୍ଷଣ ଦେଖା ଦେଇଥାଏ।

ଏପରିକି ଜନ୍ମ ସମୟରେ ଅନେକ ଶିଶୁଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ। ଡାକ୍ତରଙ୍କ କହିବା ଅନୁସାରେ, ଏହି ବୟସରେ ମହିଳାମାନେ ଡାଇବେଟିସ୍‌ ଓ ରକ୍ତଚାପରେ ପୀଡ଼ିତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭପାତ ହେବାର ଆଶଙ୍କା ଦୁଇଗୁଣା ବଢ଼ିଯାଇଥାଏ।



from Odisha Reporter https://ift.tt/2A2bJqa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages