ସମ୍ବଲପୁର (ସଞ୍ଜୟ ଜେନା): ନୂଆ ଟ୍ରାଫିକ୍ ଆଇନ ଉଲ୍ଲଘଂନ ଅଭିଯୋଗରେ ସାଧାରଣ ଲୋକଙ୍କୁ ଜରିମାନା ଭୟ ଘାରୁଛି। କିଛି ଦିନ ପୂର୍ବେ ରାଜଧାନୀର ଏକ ଅଟୋ ଉପରେ ୪୭ ହଜାର ଟଙ୍କା ଜରିମାନା ହୋଇଥିଲା। ଏହି ଘଟଣା ସବୁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ସମ୍ବଲପୁରରେ ଜଣେ ଟ୍ରକ ଡ୍ରାଇଭରଙ୍କଠୁ ଆଦାୟ ହୋଇଛି ୭୦ ହଜାର ଟଙ୍କା ଫାଇନ୍ ।
ଟ୍ରାଫିକ୍ ନିୟମ ଅବମାନନା ନେଇ ୪ଟି ଭୁଲ ପାଇଁ ତାଙ୍କ ଉପରେ ମୋଟ ୮୬ ହଜାର ୫୦୦ ଟଙ୍କା ଫାଇନ୍ ପଡିଥିଲା। ହେଲେ ୭୦ ହଜାର ଟଙ୍କା ଜରିମାନା ଉକ୍ତ ଡ୍ରାଇଭରଙ୍କଠାରୁ ଆଦାୟ ହୋଇଥିବା ଜଣାଯାଇଛି। ଆଦାୟ ହୋଇଥିବା ୭୦ ହଜାର ଟଙ୍କା ମଧ୍ୟରୁ ଟ୍ରକଟି ଓଭରଲୋଡ ଥିବାରୁ କେବଳ ୫୬ ହଜାର ଟଙ୍କା ଫାଇନ୍ ହୋଇଛି।
ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସପେକ୍ଟର ଜଣେ ଟ୍ରକ ଡ୍ରାଇଭରଙ୍କଠୁ ଏହି ଫାଇନ୍ ଆଦାୟ କରିଛନ୍ତି। ଏବେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ଗାଡିର ରେଜିଷ୍ଟ୍ରେସନ୍ ନମ୍ବର ହେଉଛି ନାଗାଲାଣ୍ଡର। ଡ୍ରାଇଭରଙ୍କ ନାମ ହେଉଛି ଅଶୋକ ଯାଦବ।
from Odisha Reporter https://ift.tt/2HU4wwI
No comments:
Post a Comment