ବିଜେପୁର ଉପନିର୍ବାଚନ : ଆଜି  ବାହାରି‍ବ ବିଜ୍ଞପ୍ତି; ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

 ବିଜେପୁର ଉପନିର୍ବାଚନ : ଆଜି  ବାହାରି‍ବ ବିଜ୍ଞପ୍ତି; ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।  ଏଥିସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ । ଏହାପରେ ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୩ ତାରିଖ ରହିଛି ।

ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ୨୪ରେ ଭୋଟ୍ ଗଣତି ହେବ । ୨୭ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ସିଇସି ଘୋଷଣା କରିଛନ୍ତି। ସେପଟେ ବିଜେପୁର ଉପ ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରିବାକୁ ଆଜି ବସିବ ବିଜେଡିର ସମନ୍ୱୟ କମିଟି ବୈଠକ  । କିଏ କେଉଁ ପଞ୍ଚାୟତ ଦାୟିତ୍ୱରେ ଏବଂ କିଏ କେଉଁ ବ୍ଲକ୍ ଦାୟିତ୍ୱରେ ରହିବେ ସେନେଇ ଏହି ବୈଠକରେ  ଆଲୋଚନା ହେବ । ଏଥିସହ ଦଳର ଷ୍ଟାର୍ କ୍ୟାମ୍ପେନର କିଏ ହେବେ ସେନେଇ ମଧ୍ୟ ଆଜିର ସମନ୍ୱୟ କମିଟି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।



from Odisha Reporter https://ift.tt/30HKGLZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages