ଧର୍ମଗଡ (ଇଙ୍ଗିତ ପଣ୍ଡା): କଳାହାଣ୍ଡିରେ ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଭାଇରାଲ ଭିଡିଓରୁ ଏହି ଘଟଣା ପଦାକୁ ଆସିଛି । ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଭିଡିଓ ସୁଟ୍ ହୋଇଥିବା ଅନୁମାନ କରାଯାଉଛି ।
କିନ୍ତୁ ଏହା କେବେ ଶୁଟ୍ ହୋଇଛି, ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ। ଭିଡିଓରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ୪ ରୁ ୫ ଜଣ ଦୁର୍ବୃତ୍ତ ଛୁରି ଦେଖାଇ ଭୟଭୀତ କରୁଛନ୍ତି। ଏହାପରେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଭିଡିଓରୁ ଜଣାପଡ଼ିଛି। ଭିଡିଓରେ ଦୁର୍ବୃତ୍ତମାନେ ନିଜ ମୁହଁ ଘୋଡ଼ାଇଥିବାରୁ ସେମାନଙ୍କ ପରିଚୟ ମିଳିବାରେ କଷ୍ଟ ହେଉଛି। ଏପରି ଅମାନବୀୟ ଘଟଣା ସଂପର୍କରେ ଏଯାଏଁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି । ଭିଡିଓ ଭାଇରାଲ୍ ହେବା ପରେ ପୁଲିସ୍ କିନ୍ତୁ ନିଜ ଆଡ଼ୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି।
from Odisha Reporter https://ift.tt/30gSIQl
No comments:
Post a Comment