ଆଜିଠୁ ବଢ଼ିଲା ଓମଫେଡ଼୍‌ କ୍ଷୀର ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ଆଜିଠୁ ବଢ଼ିଲା ଓମଫେଡ଼୍‌ କ୍ଷୀର ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବଢ଼ିଲା ଓମଫେଡ଼୍‌ କ୍ଷୀର ଦର। ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ସରକାର।

ପ୍ରାୟ ସବୁ ବର୍ଗର କ୍ଷୀରର ଦାମ ବଢ଼ିଛି। ଓମ୍‌ଫେଡ ଲିଟର ପିଛା ପୂର୍ବରୁ ୪୦ ଟଙ୍କା ଥିବା ବେଳେ ଏବେ ତାହା  ୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଟୋନ୍ଡ କ୍ଷୀର ଲିଟର ପିଛା ୩୮ ଟଙ୍କା ହୋଇଛି।

କ୍ଷୀର ଏକ ଜରୁରୀ ଖାଦ୍ୟ ପଦାର୍ଥ ହୋଇଥିବା ବେଳେ ଏହାର ଦର ବୃଦ୍ଧିକୁ ଖାଉଟିମାନେ ସହଜରେ ହଜମ କରି ପାରୁ ନାହାନ୍ତି।

ଜଣେ ଗ୍ରାହକ କହିଛନ୍ତି,“ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତଙ୍କର କ୍ଷୀରର ଆବଶ୍ୟକତା ରହିଛି। ସରକାର ହଠାତ୍‌ ଏତେ ଟଙ୍କା କ୍ଷୀର ଦର ବଢ଼ାଇବା ଦ୍ୱାରା ଏହା ଗ୍ରାହକଙ୍କୁ ବାଧୁଛି। ହଠାତ୍‌ କ୍ଷୀର ଦର ୪ ଟଙ୍କା ବଢ଼ାଇବା ଘଟଣାକୁ ରାଜ୍ୟ ସରକାରଙ୍କ ଅପରଗତା ବୋଲି କୁହାଯିବ।”



from Odisha Reporter https://ift.tt/2nGsC74

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages