ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ସ୍ଥଳର ଫଟୋ ଜାରି କଲା ନାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ସ୍ଥଳର ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି। ଆମେରିକୀୟ ମହାକାଶ ସଂସ୍ଥା ନାସା ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଏକ ଫଟୋ ଟୁଇଟ୍ କରି ଶେୟାର କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ନାସା ଜାରି କରିଥିବା ଫଟୋ ଅନୁଯାୟୀ ଏକ ଆବଡ଼ା ଖାବଡ଼ା ସ୍ଥାନ କିମ୍ୱା ପଥୁରିଆ ଜାଗାରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଛି। ଚନ୍ଦ୍ର ଚାରିପଟେ ଘୁରିବୁଲୁଥିବା ଅର୍ବିଟରର ଥର୍ମାଲ ଫଟୋ ଜରିଆରେ ନାସା ଏହି ଫଟୋ ଜାରି କରିଛି।

ଜ୍ୟୋତିର୍ବିଦଙ୍କ ଅନୁସାରେ ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ସହିତ ସମାନ। ସେପ୍ଟେମ୍ୱର ୨୦ ପରଠୁ ସେଠାରେ ସୂର୍ଯ୍ୟାସ୍ତ ହୋଇଛି ଓ ଅନ୍ଧାର ମାଡ଼ି ଆସିଛି। ଏହା ୧୪ ଦିନ ରହିବ। ଏହାପରେ ପୁଣି ସୂର୍ଯ୍ୟ କିରଣ ପଡ଼ିଲେ ବିକ୍ରମ ଲ୍ୟାଣ୍ଡର ବାବଦରେ ସୂଚନା ମିଳିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୭-୮ ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରଠୁ ୨.୧ କିଲୋମିଟର ଦୂରରେ ଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ମିଶନ ଚନ୍ଦ୍ରଯାନ ୯୫ ପ୍ରତିଶତ ସଫଳ ହୋଇଛି ବୋଲି ଇସ୍ରୋ ମୁଖ୍ୟ କେ, ଶ୍ରୀନିବାସନ କହିଥିଲେ। ଏହାର ୧୪ ଦିନ ପରେ କେ. ଶ୍ରୀନିବାସନ କହିଥିଲେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ଆଉ ୩୦୦ ମିଟର ଦୂର ଥିଲା। ଏହାପରେ ମିଶନ ଚନ୍ଦ୍ରଯାନ ୯୮ ପ୍ରତିଶତ ସଫଳ ହୋଇଛି ବୋଲି କହିଥିଲେ।



from Odisha Reporter https://ift.tt/2ma1xZv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages