ଚିଦାଙ୍କୁ ମିଳିଲାନି ଆଶ୍ୱସ୍ତି, ସିବିଆଇକୁ ନୋଟିସ୍‌ କଲେ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ଚିଦାଙ୍କୁ ମିଳିଲାନି ଆଶ୍ୱସ୍ତି, ସିବିଆଇକୁ ନୋଟିସ୍‌ କଲେ କୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ଆଜି ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମ ଜାମିନ୍‌ ଆବେଦନ କରିଥିଲେ ହେଁ କୋର୍ଟ ଏହା ଉପରେ କୌଣସି ରାୟ ଦେଇ ନାହାନ୍ତି। ବରଂ  ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ସ୍ଥିତାବସ୍ଥା ଜାଣିବା ପାଇଁ ସିବିଆଇକୁ ନୋଟିସ୍‌ କରିଛନ୍ତି। ସିବିଆଇ ଆସନ୍ତା ୭ଦିନ ମଧ୍ୟରେ ଏହାର ଜବାବ ଦେବ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ଚିଦାଙ୍କ ମାମଲାର ଶୁଣାଣି ଆଜି ସୁରେଶ କୁମାର କୈଟ୍‌ଙ୍କ ଖଣ୍ଡପୀଠରେ ହୋଇଥିଲା।  ଶୁଣାଣି ବେଳେ ଚିଦାଙ୍କ ଓକିଲ କପିଲ ଶିବଲ, ଅଭିଷେକ ମନୁସିଂଘଭୀ, ସଲମନ ଖୁର୍ସିଦ ପ୍ରମୁଖ ଜାମିନ ସପକ୍ଷରେ ଯୁକ୍ତି କରିଥିଲେ।

ହେଲେ ଜଷ୍ଟିସ୍‌ ସୁରେଶ କୁମାର କେବଳ ସିବିଆଇକୁ ଜବାବ ତଲବ କରିଥିଲେ। ଶିବଲ ତିହାର ଜେଲରେ ଥିବା ଚିଦାଙ୍କୁ ଘର ରନ୍ଧା ଖାଇବା ଦେବାକୁ କୋର୍ଟ ଅନୁମତି ଦିଅନ୍ତୁ ବୋଲି କହିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।
ଅଗଷ୍ଟ ୨୧ରେ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ୧୯ ତାରିଖ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି।



from Odisha Reporter https://ift.tt/2ZRaxo5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages