ନୂଆଦିଲ୍ଲୀ: ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ଆମ ଦେଶରେ ଜାତି ଓ ଧର୍ମଗତ ବିଭେଦତା ଲାଗି ରହିଛି। ଏବେ ବି ଅନେକ ଲୋକ ନିଜ ଜାତି ଓ ଧର୍ମର ପିଲା ସହ ନିଜର ଝିଅ କିମ୍ବା ପୁଅକୁ ବାହା ଦେବାକୁ ଜିଦ୍ କରୁଛନ୍ତି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ଇଣ୍ଟର ଫେତ ଓ ଇଣ୍ଟର କାଷ୍ଟ ବାହାଘର ଭଲ ବୋଲି ମତ ଦେଇଛନ୍ତି। ଅର୍ଥାତ ଅଲଗା ଧର୍ମ ଓ ଅଲଗା ଜାତିରେ ବାହାଘର କଲେ ବି କିଛି ବି ଅସୁବିଧା ନାହିଁ।
ଜଣେ ଯୁବକ ହିନ୍ଦୁ ଝିଅକୁ ବିବାହ କରିବେ ବୋଲି ଇସ୍ଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏକଥା ଝିଅର ପରିବାର ଲୋକ ଜାଣିବା ପରେ ତାଙ୍କ ବାପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ମଧ୍ୟ ରାଜି ହୋଇଛନ୍ତି।
ଜଷ୍ଟିସ୍ ଅରୁଣ ମିଶ୍ର ଓ ଜଷ୍ଟିସ୍ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ଅଲଗା ଜାତି ବା ଧର୍ମରେ ବାହା ହେଲେ କିଛି ବି ଅସୁବିଧା ନାହିଁ। ବରଂ ଏହା ଏକ ଭଲ କଥା। କିନ୍ତୁ ଏହି ସମୟରେ ଝିଅର ଇଚ୍ଛାକୁ ସମ୍ମାନ ଦେବା ଉଚିତ। ଏଭଳି ଅଲଗା ଜାତି କିମ୍ବା ଧର୍ମରେ ବିବାହ ଦ୍ୱାରା ଝିଅଟି ଯେମିତି କଷ୍ଟ ନ ପାଏ ସେକଥାକୁ ପ୍ରଥମେ ନିଶ୍ଚିତ କରାଯିବା ଉଚିତ। ସେହିପରି ପୁରୁଷ ଜଣଙ୍କ ଝିଅଟି ପ୍ରତି ବିଶ୍ୱସ୍ତ ରହିବା ମଧ୍ୟ ଦରକାର।”
ଛତିଗଡ଼ରେ ଜଣେ ହିନ୍ଦୁ ଝିଅକୁ ମୁସିଲମ ଯୁବକ ଭଲ ପାଉଥିଲେ। ସେ ହିନ୍ଦୁ ଝିଅଟିକୁ ବାହା ହେବେ ବୋଲି ଗତବର୍ଷ ଫେବୃଆରୀମାସରେ ଇସ୍ଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏକଥା ଜଣାପଡ଼ିବା ପରେ ଗତବର୍ଷ ଝିଅଟିର ବାପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ ଝିଅଟି ପରିବାର ଲୋକଙ୍କ ପାଖକୁ ଫେରିଯିବାକୁ କହିବାରୁ କୋର୍ଟ କେବଳ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ।
ହେଲେ ଏହା ବିରୋଧରେ ବ୍ୟକ୍ତି ଜଣଙ୍କ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଏହାପରେ ଝିଅଟିକୁ ସକ୍ଷୀ କେନ୍ଦ୍ରରେ ରଖିଥିଲା। ହାଇକୋର୍ଟରେ ମାମଲାର ବିଚାର ଚାଲୁଥିବା ବେଳେ ଝିଅଟି ତାଙ୍କ ସ୍ୱାମୀଙ୍କ ପାଖରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଝିଅଟି ସପକ୍ଷରେ କୋର୍ଟ ରାୟ ଦେବାରୁ ଏହା ବିରୋଧରେ ତାଙ୍କ ବାପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଝିଅଟିର ବାପାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହିତଗୀ କହିଥିଲେ, “ଯୁବକ ଜଣଙ୍କ ଜାଲ କାଗଜପତ୍ର ଦ୍ୱାରା ଇସ୍ଲାମରୁ ହିନ୍ଦୁ ଧର୍ମକୁ ଆସିଛନ୍ତି। ଏଭଳି ଯୁବକମାନେ ଇସଲାମ ଧର୍ମକୁ ଅପମାନିତ କରିଛନ୍ତି। ଏହା ପଛରେ ଏକ ସକ୍ରିୟ ରାକେଟ୍ କାମ କରୁଛି। ତେଣୁ କୋର୍ଟ ଏହାର ବିଚାର କରନ୍ତୁ।”
ଏହାପରେ ଖଣ୍ଡପୀଠ କହିଥିଲେ, ଅଲଗା ଜାତି ଓ ଧର୍ମରେ ବିବାହ କରିବା କଥାକୁ ପ୍ରଚାର କରାଯିବା ଉଚିତ। କାରଣ ଏହା ସମାଜକୁ ଏକ ଭଲ ବାର୍ତ୍ତା ଦେଇ ପାରିବ। ଏଭଳି ବାହାଘରକୁ ପ୍ରୋତ୍ସାହନ ମିଳିବା ଦରକାର। ତେବେ ଏହାଦ୍ୱାରା ଝିଅଟିର ଭବିଷ୍ୟତ କେମିତି ସୁରକ୍ଷିତ ରହିପାରିବ, ସେକଥା ଆମେ ଏବେ ତର୍ଜମା କରିବୁ।
ଆମେ ଅଲଗା ଜାତି ଓ ଧର୍ମରେ ହେଉଥିବା ବାହାଘରକୁ କେବେ ହେଲେ ବିରୋଧ କରିବୁ ନାହିଁ। ହେଲେ ଝିଅଟିର ଇଚ୍ଛାକୁ ପ୍ରଥମେ ପ୍ରାଧାନ୍ୟ ମିଳିବା ଦରକାର।” ଏହାପରେ କୋର୍ଟ ଯୁବକ ଜଣଙ୍କୁ ନିଜର ଜବାବ ରଖିବାକୁ ସମନ କରିଛନ୍ତି।
from Odisha Reporter https://ift.tt/31kkqZ2
No comments:
Post a Comment