ସମାନ ସପ୍ତାହରେ ମୋଦି ଓ ଇମ୍ରାନଙ୍କୁ ଭେଟିବେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ସମାନ ସପ୍ତାହରେ ମୋଦି ଓ ଇମ୍ରାନଙ୍କୁ ଭେଟିବେ ଟ୍ରମ୍ପ

ୱାଶିଂଟନ୍‌: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ବ୍ୟାକୁଳ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଭେଟିବେ। ଏ ସମ୍ପର୍କରେ ଆଜି ହ୍ୱାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି। ଏଥିସହ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଧୀରେଧୀରେ ଥମୁଥିବା ମଧ୍ୟ ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଛନ୍ତି, ସେ ଖୁବ୍‌ଶୀଘ୍ର ମୋଦି ଓ ଇମ୍ରାନ୍‌ ଖାନ୍‌ଙ୍କୁ ଭେଟିବାକୁ ଯାଉଛନ୍ତି। ଆମେରିକାର ପରାମର୍ଶ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଥମିଛି।
ସୂଚନା ଅନୁସାରେ, ଆସନ୍ତା ୨୨ ତାରିଖରେ ମୋଦି ଆମେରିକା ଗସ୍ତରେ ଯାଇ ହୋଷ୍ଟନ ଠାରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେବ। ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ମଧ୍ୟ ସାମିଲ ହେବ। ତେଣୁ ଟ୍ରମ୍ପ ଏଠାରେ ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହେବେ।

ସେହିପରି ୨୪ ତାରିଖରୁ ଜାତିସଂଘ ସାଧାରଣ ପରିଷଦ ବୈଠକ ଆରମ୍ଭ ହେବ। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଯୋଗଦେବ। ଏହି ସମୟରେ ଟ୍ରମ୍ପ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ମୋଦିଙ୍କ ସହ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପ ୫୦ ହଜାରରୁ ଅଧିକ ସଂଖ୍ୟକ ଭାରତୀୟ-ଆମେରିକାବାସୀଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସେ ଓହିଓ ଯିବେ। ସେଠାରୁ ଜାତିସଂଘ ବୈଠକ ପାଇଁ ନ୍ୟୁୱର୍କ ଆସିବେ।

କଶ୍ମୀର ପ୍ରସଙ୍ଗରେ ମତଦେଇ ଟ୍ରମ୍ପ କହିଛନ୍ତି, “ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିଥିଲା। ତେବେ ଏବେ ଅନେକ ଭଲ ଘଟଣା ଘଟିଛି। ଉଭୟ ଦେଶ ଧୀରେଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛନ୍ତି। ତିକ୍ତତା ଥମିବା ଆରମ୍ଭ ହୋଇଛି।”

ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ସେବେଠାରୁ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଏପରି କି ପାକିସ୍ତାନ ସରକାର ବାରମ୍ବାର ଭାରତକୁ ଯୁଦ୍ଧ ଧମକ ମଧ୍ୟ ଦେଇ ଚାଲିଛନ୍ତି। ଯାହାକୁ ନେଇ ସୀମାରେ ପ୍ରତିଦିନ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଛି।

ଏହାଦ୍ୱାରା ଉଭୟ ପକ୍ଷଙ୍କ ବ୍ୟାପକ କ୍ଷୟକ୍ଷତି ଘଟୁଛି। ଏଭଳି ସ୍ଥିତିରେ ଟ୍ରମ୍ପ ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଚାହିଁଥିଲେ। କିନ୍ତୁ ଭାରତ କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ା ନଥିବା କହିଥିଲା। ଏହାପରେ ଟ୍ରମ୍ପ ମଧ୍ୟସ୍ଥତା କଥା ଛାଡ଼ି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ସହଯୋଗ କରିବେ ବୋଲି କହିଥିଲେ।



from Odisha Reporter https://ift.tt/2NnDxxR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages