ଫିଲ୍ମ ପାଇଁ ୩ ମାସ ଆମିଷ ଖାଇ ନଥିଲେ ଜ୍ୟୋତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ଫିଲ୍ମ ପାଇଁ ୩ ମାସ ଆମିଷ ଖାଇ ନଥିଲେ ଜ୍ୟୋତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ରେ ରିଆଲିଟି ଶୋ ‘ମିଠା ମିଠା ଯୋଡ଼ି’ ଜିତିବା ପରେ ଓଲିଉଡ୍‌ରେ ପାଦ ଦେଇଥିଲେ ଅଭିନେତା ଜ୍ୟୋତି ରଞ୍ଜନ ନାୟକ। ‘ଦେଲେ ଧରା କଥା ସରେ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ମାଳବିକା ବାନାର୍ଜୀ। ଫିଲ୍ମଟି ଦର୍ଶକ ମାନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହାପରେ ଜ୍ୟୋତିଙ୍କୁ ଗୋଟେ ପରେ ଗୋଟେ ସିନେମା ମିଳି ଚାଲିଲା। ଗତ ୪ ବର୍ଷରେ ଜ୍ୟୋତି ୧୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି।

ଜ୍ୟୋତିଙ୍କର ଏକ ଅଭ୍ୟାସ ରହିଛି, ଯାହାକୁ ଆପଣ ଅନ୍ଧବିଶ୍ୱାସ ବୋଲି କହିପାରନ୍ତି। ତେବେ ତାଙ୍କର ବିଶ୍ୱାସ ଯେ ଏହି ଅଭ୍ୟାସ ଯୋଗୁ ତାଙ୍କ ଦିନଗୁଡ଼ିକ ଭଲରେ କଟେ। ସେ ପ୍ରତ୍ୟେକ ଦିନ କିଛି ନା କିଛି ଧଳା ପିନ୍ଧନ୍ତି। ସେ ଯେଉଁ ପୋଷାକ ପିନ୍ଧନ୍ତୁ ନା କାହିଁକି ସେଥିରେ ଧଳା ରଙ୍ଗ ଟିକେ ନିଶ୍ଚୟ ରହିଥିବ। ଧଳାକୁ ସେ ତାଙ୍କର ଲକି କଲର୍ ବୋଲି କହନ୍ତି। ଏଥିସହ ଜ୍ୟୋତି ସବୁବେଳେ ତାଙ୍କ ମନିପର୍ସରେ ସାଇ ବାବାଙ୍କ ବିଭୂତି ରଖିଥା’ନ୍ତି। ତା’ସହିତ ସେ ତାଙ୍କ ମୁଣ୍ଡରେ କିମ୍ବା ବେକରେ ସବୁବେଳେ ସାଇବାବାଙ୍କ ବିଭୂତି ଲଗାନ୍ତି।

ଏଥିସହ ଜ୍ୟୋତି ଯଦି ଫିଲ୍ମରେ କୌଣସି ପବିତ୍ର ବା ପୂଜାର୍ଚ୍ଚନା ସମ୍ପର୍କିତ ସିନ୍‌ କରନ୍ତି, ତା’ହେଲେ ଆମିଷ ଖାଆନ୍ତି ନାହିଁ। ‘ତୁ ମୋ ସୁନା ଚଢ଼େଇ’ ଫିଲ୍ମର ଶୁଟିଂ ସମୟରେ ସେ ୩ ମାସ ପର୍ଯ୍ୟନ୍ତ ଆମିଷ ଖାଇ ନଥିଲେ।

ଜ୍ୟୋତି ଅଭିନୟ କରିଥିବା ହିଟ୍‌ ଫିଲ୍ମ ମଧ୍ୟରେ ‘ଦିଲ୍ଲ କା ରାଜା’, ‘ହାପି ଲକି’, ‘ନିଝୁମ୍‌ ରାତିର ସାଥୀ’ ଓ ‘ତୁ ମୋ ସୁନା ଚଢେଇ’  ଅନ୍ୟତମ।



from Odisha Reporter https://ift.tt/2IakbYO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages