ବାପା ସାଜିଲା ସଇତାନ; ପୁଅକୁ ମାରି ପୋତି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ବାପା ସାଜିଲା ସଇତାନ; ପୁଅକୁ ମାରି ପୋତି ଦେଲା

ଭଦ୍ରକ(ପାର୍ଥ ସାରର୍ଥୀ ନାୟକ):  ଜନ୍ମ ଦାତା ବାପା ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ, ସଇତାନଠୁ କୌଣସି ଗୁଣରେ କମ୍‌ ନୁହେଁ। ରାଗର ବଶବର୍ତ୍ତୀ ହୋଇ ଦେଢ ମାସର ଶିଶୁର ତଣ୍ଟି ଚିପି ହତ୍ୟା କରିବାକୁ ପଛାଇ ନାହିଁ ନୃଶଂସ ବାପା। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ।  ଏନେଇ ଅଭିଯୁକ୍ତ ଟିକୁ ମୁଣ୍ଡାଙ୍କ ପତ୍ନୀ ନନ୍ଦିନୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କୁ  ଗିରଫ କରିଛି।

ପୁରା ଘଟଣାଟି ଏହିପରି। ଗତ ୩୦ ତାରିଖ ରାତିରେ ଟିକୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ନନ୍ଦିନୀ ଛୋଟ ଝିଅକୁ ପାଖକୁ ନେଇ ଶୋଇଥିଲେ ଓ ଟିକୁ ପାଖରେ ଦେଢ଼ ମାସର ପୁଅ ଶୋଇଥିଲା।

ହେଲେ ଉତ୍ତ୍ୟକ୍ତ ଟିକୁ ନିଷ୍ପାପ ଶିଶୁଟିକୁ ମାରିଦେଇ ମାଟି ତଳେ ପୋତି ଦେଇଥିଲା। ଏନେଇ ନନ୍ଦିନୀ  ଗତ ୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମାମଲାର ଖୋଳତାଡ଼ କରି ପୁଲିସ ଗତକାଲି ଅଭିଯୁକ୍ତ ଟିକୁଙ୍କୁ ଗିରଫ କରିଥିଲା। ଆଜି ମୃତଦେହ ପୋତାଯାଇଥିବା ସ୍ଥାନ ଖୋଳାଯିବ । ନନ୍ଦିନୀ ନିଜ ଝିଅ ସହ ଆଶ୍ରୟ ଗୃହରେ ରହିଛନ୍ତି।



from Odisha Reporter https://ift.tt/2PXO19i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages