ଜୀବନରେ ଏପରି ସମୟ ଆସିଥିଲା, ଖିଲାଡି ଷ୍ଟାରଙ୍କୁ ବାନ୍ଧିଥିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ଜୀବନରେ ଏପରି ସମୟ ଆସିଥିଲା, ଖିଲାଡି ଷ୍ଟାରଙ୍କୁ ବାନ୍ଧିଥିଲା ପୁଲିସ୍‌

ମୁମ୍ବାଇ: ଜଣେ ୱେଟର୍‌ରୁ ବଲିଉଡର ସୁପରଷ୍ଟାର ପର୍ଯ୍ୟନ୍ତ ଅକ୍ଷୟଙ୍କ ଯାତ୍ରା ଥିଲା ଖୁବ୍‌ ସଂଘର୍ଷମୟ। ଖିଲାଡ଼ି ଷ୍ଟାର ଭାବେ ପରିଚୟ ହାସଲ ନିମନ୍ତେ ତାଙ୍କୁ କିଛି କମ୍‌ କଷ୍ଟ କରିବାକୁ ପଡ଼ି ନ ଥିଲା। କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ହିଁ ଆଜି ତାଙ୍କୁ ସଫଳତା ଆଣିଦେଇଛି, ଯାହାର ସେ କେବେହେଲେ ପରିକଲ୍ପନା କରିନଥିଲେ।

୧୯୯୧ରେ ଫିଲ୍ମ ‘ସୋଗନ୍ଧ’ରୁ କ୍ୟାରିୟର ଆରମ୍ଭ କରିଥିବା ଅକ୍ଷୟଙ୍କର ଆଜି ୫୨ ତମ ଜନ୍ମଦିନ। ଫୋବର୍ସ ମାଗାଜିନ୍‌ରେ ଚଳିତ ବର୍ଷର ସବୁଠୁ ଅଧିକ ଆୟ କରିଥିବା ଅଭିନେତାଙ୍କ ତାଲିକାରେ ଅକ୍ଷୟଙ୍କ ନାଁ ଚତୁର୍ଥ  ସ୍ଥାନରେ ରହିଛି। ଅକ୍ଷୟ କୁମାର ବଲିଉଡ୍‌କୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଦର୍ଶକଙ୍କୁ ସବୁବେଳେ ଅକ୍ଷୟଙ୍କ ଫିଲ୍ମର ଅପେକ୍ଷା ଥାଏ। କେବଳ ଆକ୍ସନ ନୁହେଁ, ସାମାଜିକ ବାର୍ତ୍ତା ଥିବା ଫିଲ୍ମ ହେଉ, କମେଡ଼ି, ରୋମାନ୍ସ ସବୁଠି ସେ ନିଜ ଛାପ ଛାଡ଼ିବାରେ ସକ୍ଷମ ହୋଇ ପାରିଛନ୍ତି। ସୁପରଷ୍ଟାର ହେବା ସତ୍ତ୍ୱେ ନିଜ ଜୀବନରେ ସେ ବହୁ ଉତ୍‌ଥାନ, ପତନକୁ ସାମନା କରିଛନ୍ତି।

ଅକ୍ଷୟଙ୍କ ଜୀବନରେ ଏମିତିବି ଏକ ସମୟ ଆସିଥିଲା ଯେବେ ତାଙ୍କୁ ପୁଲିସ୍‌ ଗିରଫ କରିନେଇଥିଲା। ଘଟଣା ୨୦୦୯ର। ଲାକମେ ଫ୍ୟାଶନ୍ ୱିକ୍‌ରେ ରାମ୍ପ ୱାକ୍‌ କରିବାକୁ ଅକ୍ଷୟଙ୍କୁ ଅଫର୍‌ ମିଳିଥିଲା। ଏହି ଅବସରରେ ସେ ନିଜ ପତ୍ନୀ ଟ୍ୱିଙ୍କିଲ ଖନ୍ନାଙ୍କ ସହ ସେଠାରେ ପହଞ୍ଚିଥିଲେ। ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଅକ୍ଷୟ ରାମ୍ପକୁ ଓହ୍ଲାଇଥିଲେ। ହେଲେ ହଠାତ୍‌ ଟ୍ୱିଙ୍କିଲଙ୍କ ପାଖକୁ ଆସି ନିଜ ଜିନ୍ସର ବଟମ ଖୋଲିବାକୁ କହିଲେ। ଟ୍ୱିଙ୍କିଲ ମଧ୍ୟ ସ୍ୱାମୀଙ୍କ କଥା ମାନି ନେଇଥିଲେ।      ଆଉ ଅକ୍ଷୟ ସେମତି ହିଁ ଖୋଲା ବଟମରେ ରାମ୍ପ ୱାକ୍‌ କରିଥିଲେ। ହେଲେ ଏପରି କରିବା  ଏହି ଷ୍ଟାର ଦମ୍ପତିଙ୍କୁ ମହଙ୍ଗା ପଡ଼ିଥିଲା।

ସେତେବେଳେ ଏହି ମାମଲାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।  ସବୁଆଡ଼େ ଏହି ଦୁଇଜଣଙ୍କ ଏଭଳି କାରନାମକୁ ନିନ୍ଦା କରାଗଲା। ଏହାପରେ ଅଶ୍ଳୀଳତା ଆଧାରରେ ଦୁହିଁଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଫଳରେ ଅକ୍ଷୟଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଅବଶ୍ୟ ପରେ ୯୫୦ ଟଙ୍କା ଜରିମାନା ଦେବାପରେ ତାଙ୍କୁ  ତୁରନ୍ତ ଜାମିନ୍ ମିଳିଯାଇଥିଲା।

ସୂଚନାଯୋଗ୍ୟ, ଅକ୍ଷୟଙ୍କ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’ ଏବେ ବକ୍ସ ଅଫିସ୍‌ରେ ଧମାଲ୍‌ ମଚାଉଛି। ଫିଲ୍ମଟି ୧୯୩ କୋଟିରୁ ଅଧିକ ଆୟ କରିସାରିଲାଣି। ଫିଲ୍ମରେ ଅକ୍ଷୟ ଓ ବିଦ୍ୟା ବାଲନ୍ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, ସରମନ ଜୋଶୀ ବି ଜବରଦସ୍ତ ଅଭିନୟ କରିଛନ୍ତିା

ଏହି ଫିଲ୍ମ ଜରିଆରେ ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ  ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ତାହାକୁ ରଙ୍ଗୀନ ପରଦାରେ ଦର୍ଶକ ଦେଖିବାକୁ ପାଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଆଗକୁ ଅକ୍ଷୟଙ୍କର ଆହୁରି ୪ଟି ଫିଲ୍ମ-  ‘ହାଉସ୍‌ଫୁଲ୍‌-୪’ ଓ ‘ଗୁଡ୍‌ ନ୍ୟୁଜ୍, ‘ସୂର୍ଯ୍ୟ ବଂଶମ୍’ ଓ ‘ଲକ୍ଷ୍ମୀ ବମ୍ବ୍’ ଆସିବ।

 



from Odisha Reporter https://ift.tt/2Q0Hc7d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages