ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ ଟ୍ରାଫିକ ପୁଲିସର ଦୁର୍ବ୍ୟବହାରର ଶିକାର ହୋଇ ଜଣେ ୩୫ ବର୍ଷୀୟ ସଫ୍ଟଓ୍ୱୟାର ଇଞ୍ଜିନିୟରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଅଭିଯୋଗ ଆଣିଛନ୍ତି ମୃତକଙ୍କ ୬୫ ବର୍ଷୀୟ ବାପା। ରବିବାର ତାଙ୍କ ପୁଅ ଓ ସ୍ତ୍ରୀଙ୍କ ସହ କାର୍ରେ ଯାଉଥିଲେ। ଗାଜିଆବାଦ ସିଆଇଏସଏଫ ନିକଟରେ ଟ୍ରାଫିକ୍ ପୁଲିସ ତାଙ୍କ ପୁଅଙ୍କୁ ଅଟକାଇ ପଚରା ଉଚରା କରିବା ପାଇଁ ନେଇଥିଲା। ଏହି ସମୟରେ ତାଙ୍କ ପୁଅ ଓ ଟ୍ରାଫିକ ପୁଲିସ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ମୃତକଙ୍କ ବାପା କହିଛନ୍ତି। ଏମିତିକି ଟ୍ରାଫିକ ପୁଲିସ ତାଙ୍କ ପୁଅକୁ ଅଟକାଇବା ବେଳେ ଆକ୍ରୋଶମୂଳକ ବ୍ୟବହାର ଦେଖାଇଥିଲା ବୋଲି ସେ କହିଛନ୍ତି। ଏହାପରେ ତାଙ୍କ ପୁଅ ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।
ଏହାପରେ ସେ ନୋଏଡର ସେକ୍ଟର ୫୮ ପୁଲିସ ଷ୍ଟେସନର ଦ୍ୱାରସ୍ଥ ହୋଇ ମୃତକଙ୍କ ବାପା କହିଛନ୍ତି ଟ୍ରାଫିକ ପୁଲିସ କେବେ ନମ୍ର ହୋଇ କଥା ହେବାର ସେ ଦେଖିନଥିଲେ। ଟ୍ରାଫିକ ପୁଲିସର ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କ ପୁଅର ହୃଦଘାତର ଶିକାର ହୋଇଛି। ପୂର୍ବରୁ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ ବୋଲି ସେ କହିଛନ୍ତି। ଏବେ ତାଙ୍କ ବୟସ ୬୫ ହୋଇଥିବା ବେଲେ ତାଙ୍କ ୫ ବର୍ଷୀୟ ନାତିଙ୍କ କଥା କିଏ ବୁଝିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଆଗାମୀ ଦିନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାୟ ଦେବେ ବୋଲି ସେ ଆଶା ରଖିଛନ୍ତି।
ନୋଏଡ଼ା ପୁଲିସ ପ୍ରତିକ୍ରିୟାରେ କହିଛି ଏ ନେଇ ବିଭାଗୀୟ ତଦନ୍ତରୁ ଜଣାପଡ଼ିଛି ମୃତକ ଜଣଙ୍କ ହୃଦଘାତର ଶିକାର ହୋଇଥିଲେ ମଧ୍ୟ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ଗାଜିଆବାଦ ଜିଲ୍ଲା ସିଆଇଏସଏଫ ନିକଟରେ ଟ୍ରାଫିକ୍ ପୁଲିସ ମୃତକଙ୍କ କାର୍କୁ ଅଟକାଇଥିଲା ବୋଲି ଗୌତମବୁଦ୍ଧ ନଗର ଏସଆଇ ବୈଭବ କୃଷ୍ଣ କହିଛନ୍ତି। ଏ ବାବଦରେ ଗାଜିଆବାଦ ପୁଲିସକୁ ଅବଗତ କରାଇ ଦିଆଯାଇଥିବା ସେ କହିଛନ୍ତି।
from Odisha Reporter https://ift.tt/2HUTck0
No comments:
Post a Comment