ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତତା ପୂର୍ବତନ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କୁ ବାବ୍ରି ମସଜିଦ୍ ଭଙ୍ଗିବା ମାମଲାରେ ସିବିଆଇ ସମନ କରିବ। ଏଥିପାଇଁ ସୋମବାର ସିବିଆଇ ଲକ୍ଷ୍ନୌର ସ୍ୱତନ୍ତ୍ର ଅଦାଲତକୁ ସମନ କରିବା ପାଇଁ ଅନୁମତି ମାଗିଛି। ୧୯୯୨ରେ ହୋଇଥିବା ଏହି ବାବ୍ରି ମସଜିଦ୍ ଭଙ୍ଗାଯିବା ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ।
୨୦୧୭ରେ ସୁପ୍ରିମକୋର୍ଟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ଚଳାଇବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କଲ୍ୟାଣ ସିଂହ ରାଜ୍ୟପାଳ ପଦବୀରେ ଅବସ୍ଥାପିତ ଥିବାରୁ ତାଙ୍କ ବିରୋଧରେ ସମ୍ୱିଧାନର ଧାରା ୩୬୧ ଅନୁଯାୟୀ କୌଣସି ମାମଲା ଚାଲି ପାରୁନଥିଲା। ସେତେବେଳେ କିନ୍ତୁ ସୁପ୍ରିମକୋର୍ଟ ଶୁଣାଣି କରିବା ବେଳେ ସିବିଆଇକୁ କହିଥିଲେ କଲ୍ୟାଣ ସିଂହ ସାମ୍ୱିଧାନିକ ପଦବୀରେ ନଥିବା ସମୟରେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ।
୮୭ ବର୍ଷୀୟ କଲ୍ୟାଣ ସିଂହ ରାଜସ୍ଥାନର ରାଜ୍ୟପାଳ ଭାବରେ ନିଜର କାର୍ଯ୍ୟକାଳ ଶେଷ କରିବା ପରେ ସୋମବାର ବିଜେପିରେ ସଦସ୍ୟତା ଗ୍ରହଣ କରିଛନ୍ତି। ସଦସ୍ୟତା ଗ୍ରହଣ କରିବା ବେଳେ ବାବ୍ରି ମସଜିଦ ଭଙ୍ଗା ମାମଲାରେ ସିବିଆଇ ତାଙ୍କୁ ସମନ କରିପାରେ ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ। ତେବେ ଏହି ମାମଲାରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି କହିବା ସହିତ ବିରୋଧୀଙ୍କ ଅଭିଯୋଗକୁ ଚ୍ୟାଲେଞ୍ଜ କରିଥିଲେ।
from Odisha Reporter https://ift.tt/2A1CHOS
No comments:
Post a Comment