ମାତ୍ର ୧୮୦ ଟଙ୍କା ପାଇଁ ଯୁବକଙ୍କୁ ପିଟିପିଟି ମାରିଦେଲେ ଢାବା ମାଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ମାତ୍ର ୧୮୦ ଟଙ୍କା ପାଇଁ ଯୁବକଙ୍କୁ ପିଟିପିଟି ମାରିଦେଲେ ଢାବା ମାଲିକ

ଲକ୍ଷ୍ନୌ: ଖାଇବା ବିଲ୍‌କୁ ନେଇ ଉତ୍ତର ପ୍ରଦେଶର ବାହାଢୋଇ ଠାରେ ଥିବା ଗୋଟିଏ ଢାବାର ମାଲିକ ଏବଂ କର୍ମଚାରୀମାନେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକ ଯୁବକଙ୍କ ନାଁ ସୁରଜ ସିଂହ। ପୁଲିସ୍‌ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବିଶାଲ ଦୁବେ ଓ ତାଙ୍କ ଡ୍ରାଇଭର ସୁରଜ ସିଂହ ବାରାଣସୀ ଜାତୀୟ ରାଜପଥରେ ଥିବା ସର୍ଦ୍ଦାର ଢାବାରେ ଖାଇଥିଲେ। ଖାଇବା ବାବଦରେ ଢାବା ମାଲିକ ବିଶାଲଙ୍କୁ ୧୮୦ ଟଙ୍କାର ବିଲ୍‌ ଦେଇଥିଲେ। ତେବେ ୧୮୦ ଟଙ୍କା କେମିତି ହେଲା ଏବଂ ଏଥିରେ କିଛି କାଟଛାନ କରିବାକୁ ବିଶାଲ ଢାବା ମାଲିକଙ୍କୁ କହିଥିଲେ। ହେଲେ ଢାବା ମାଲିକ ଜଣଙ୍କ କିଛି ବି ଶୁଣି ନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

କିଛି ସମୟ ପରେ ଏହି ପାଟିତୁଣ୍ଡ ହିଂସାତ୍ମକ ରୂପ ନେଇଥିଲା। ଢାବା ମାଲିକ ଓ ତାଙ୍କ କର୍ମଚାରୀମାନେ କାଠଫାଳିଆରେ ବିଶାଲ ଏବଂ ତାଙ୍କ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ କବଳରୁ ବିଶାଲ ଖସି ଆସିବାକୁ ସକ୍ଷମ ହୋଇଥିଲେ। ତେବେ ଡ୍ରାଇଭର ସୁରଜଙ୍କୁ ଢାବା ମାଲିକ ଓ ତାଙ୍କ କର୍ମଚାରୀମାନେ ଦୀର୍ଘ ସମୟ ଧରି ମାଡ଼ ମାରିଥିଲେ। ମୁଣ୍ଡରେ ଆଘାତ ଲାଗିବା ଯୋଗୁ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଢାବା ମାଲିକଙ୍କୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/34slfkw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages