ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କଂଗ୍ରେସ ସରକାରରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳରେ ହସ୍ତକ୍ଷେପ କରିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଦଳୀୟ ନେତାମାନେ ନିଜ ମଧ୍ୟରେ ଥିବା ତିକ୍ତତାକୁ ତୁରନ୍ତ ଶେଷ କରିବା ସହ ଜଣେ ଅନ୍ୟ ଜଣଙ୍କ ବିରୋଧରେ ମତ ନଦେବାକୁ ସୋନିଆ ସତର୍କ କରାଇଛନ୍ତି। ଏଥିସହ ସୋନିଆ ହ୍ୱିପ୍ ମଧ୍ୟ ଜାରି କରିଛନ୍ତି।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କମଲନାଥ କାର୍ଯ୍ୟ କରୁଛନ୍ତି। ହେଲେ ରାଜ୍ୟର ମନ୍ତ୍ରୀ ଥିବା ଉମାଙ୍ଗ ସିଂହ ଓ ବରିଷ୍ଠ ନେତା ଦିଗବିଜୟ ସିଂହ ଛାୟା ସରକାର ଚଳାଉଥିବା ଅଭିଯୋଗ ହୋଇଥିଲା। ଖାଲିସେତିକି ନୁହେଁ କଂଗ୍ରେସର ଅନ୍ୟତମ ଯୁବ ଚେହେରା ଜ୍ୟୋତିର ଆଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କରାଯାଉ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ହୋର୍ଡିଂ ମାନ ଲାଗିଥିଲା।
ଏହାକୁ ନେଇ ଦିନକୁ ଦିନ ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ସୃଷ୍ଟି ହେବାରେ ଲାଗିଛି। କମଲନାଥ ଗତକାଲି କ୍ୟାବିନେଟ୍ର ରାଜନୀତିକ ବ୍ୟାପାର ସବ୍ କମିଟି ବୈଠକ କରିଥିଲେ। ହେଲେ ଏଥିରେ କ’ଣ ଆଲୋଚନା ହୋଇଛି ଜଣାପଡ଼ିନାହିଁ।
ଉମାଙ୍ଗ ସିଂହଙ୍କୁ ଦଳର କିଛି ବରିଷ୍ଠ ନେତା ବିଜେପି ଏଜେଣ୍ଟ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି। ସେମାନଙ୍କୁ ଉମାଙ୍ଗ ମଧ୍ୟ ପାଲଟା ଜବାବ ଦେଇଛନ୍ତି। ଏସବୁ ଭିତରେ ସୋନିଆ ଏଥିରେ ହସ୍ତକ୍ଷେପ କରି ଦଳୀୟ ନେତାଙ୍କୁ ନିୟମ ଅନୁଯାୟୀ କାର୍ଯ୍ୟ କରିବା ସହ ତୁରନ୍ତ ବିବାଦର ସମାଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/2ZUe5BY
No comments:
Post a Comment