ଗ୍ରୀନ୍‌ ଟି ପିଇବା ସମୟରେ ଏହିସବୁ ଭୁଲ୍‌ କରୁଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ଗ୍ରୀନ୍‌ ଟି ପିଇବା ସମୟରେ ଏହିସବୁ ଭୁଲ୍‌ କରୁଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ଗ୍ରୀନ୍‌ ଟି ମ୍ୟାଜିକ୍‌ ଚା’ ଭାବରେ ପରିଚିତ। ଓଜନ ହ୍ରାସ କରିବା ଏହା ଉପକାରୀ ବୋଲି କୁହାଯାଇଥାଏ। କିନ୍ତୁ ଏହା ଶରୀର ପାଇଁ ଯେତିକି ଉପକାରୀ ଏହାଠାରୁ ଅଧିକ କ୍ଷତିକାରକ ମଧ୍ୟ। ଗ୍ରୀନ ଟି ପିଇବା ସମୟରେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏହା ସହିତ ଦିନକୁ ୨, ୩ କପ୍‌ରୁ ଅଧିକ ଗ୍ରୀନ ଟି ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି। ତେବେ ଗ୍ରୀନ୍‌ ଟି ପିଇବା ସମୟରେ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍‌ ଆସନ୍ତୁ ଜାଣିବା।

 

୧. ଅଧିକାଂଶ ଲୋକେ ଖାଇବାର ତୁରନ୍ତ ପରେ ଗ୍ରୀନ୍‌ ଟି ପିଇଥାନ୍ତି। ଖାଇବା ପରେ ସଙ୍ଗେ ସଙ୍ଗେ ଗ୍ରୀନ୍‌ ଟି ପିଇଲେ ଶରୀରରୁ ମିଳିଥିବା କ୍ୟାଲୋରୀ କମ୍ ହୋଇଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି। କିନ୍ତୁ ଏହା ଭୁଲ୍‌। ଖାଇବା ପରେ ଗ୍ରୀନ୍‌ ଟି ପିଇଲେ ଆପଣଙ୍କ ପାଚନ କ୍ରିୟା ପ୍ରଭାବିତ ହୋଇଥାଏ ଏବଂ ପାଚନଜନିତ ସମସ୍ୟା ଉତ୍ପନ୍ନ ହୋଇଥାଏ। ତେଣୁ ଖାଇବାର ତୁରନ୍ତ ପରେ ଗ୍ରୀନ୍‌ ଟି ପିଅନ୍ତୁ ନାହିଁ।

୨. ଅଧିକ ଗରମ ଥିବା ଗ୍ରୀନ୍‌ ଟି ପିଅନ୍ତୁ ନାହିଁ। ଏହା ଯୋଗୁ ଆପଣଙ୍କ ପେଟରେ ସମସ୍ୟା ହୋଇପାରେ। ତେଣୁ ଅଳ୍ପ ଉଷୁମ ଥିବା ଗ୍ରୀନ୍ ଟି ପିଅନ୍ତୁ।

୩. ଗ୍ରୀନ୍ ଟିକୁ ଅଧିକ ସ୍ୱାସ୍ଥ୍ୟ ରୁଚିକର କରିବା ପାଇଁ ଅଧିକାଂଶ ଲୋକେ ଗରମ ଥିବା ଅବସ୍ଥାରେ ଏଥିରେ ମହୁ ମିଶାଇ ପିଇଥାନ୍ତି। କିନ୍ତୁ ଏପରି କରନ୍ତୁ ନାହିଁ। ଏହାଦ୍ୱାରା ମହୁରେ ଥିବା ଉପକାରୀ ଗୁଣ ନଷ୍ଟ ହୋଇଯାଇଥାଏ। ଏଥିପାଇଁ ଗ୍ରୀନ୍‌ ଟି ଅଳ୍ପ ଗରମ ଥିଲେ ଏଥିରେ ମହୁ ଓ ଡାଲଚିନି ମିଶାଇ ପିଅନ୍ତୁ।

୪. ଏପରି ମଧ୍ୟ ଆପଣ ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ମେଡିସିନ୍‌ ଖାଇବା ସମୟରେ ପାଣି ପରିବର୍ତ୍ତେ ଗ୍ରୀନ୍‌ ଟି ବ୍ୟବହାର କରିଥାନ୍ତି। ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ। କାରଣ ମେଡିସିନ୍‌ରେ ଥିବା କେମିକାଲ୍‌ କମ୍ପୋଜିସନ୍‌ ଗ୍ରୀନ୍‌ ଟି ସହିତ ମିଶି ଏସିଡିଟିର ସମସ୍ୟା ସୃଷ୍ଟି କରିଥାଏ। ତେଣୁ ମେଡିସିନ୍‌ ଖାଇବା ପାଇଁ ପାଣି ବ୍ୟବହାର କରନ୍ତୁ।

୫. ବଜାରରୁ ଗ୍ରୀନ୍‌ ଟି କିଣିବା ସମୟରେ ନାଚୁରାଲ୍‌ ଫ୍ଲେବର୍‌ର ଗ୍ରୀନ୍‌ ଟି କିଣନ୍ତୁ।



from Odisha Reporter https://ift.tt/2LE9e2E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages