ପିଇଓଙ୍କୁ ତାଲା ପକାଇଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ପିଇଓଙ୍କୁ ତାଲା ପକାଇଲେ ଲୋକେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରୋଶରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ପଞ୍ଚାୟତର ପିଇଓ କାଳୀପଦ କୀର୍ତ୍ତନିଆ ନାକେଦମ୍ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ପଲ୍ଲୀସଭା ଥିବାରୁ ଲୋକମାନେ ସକାଳ ୧୦ଟାରୁ ପିଇଓଙ୍କୁ ଅପେକ୍ଷା କରିଥିଲେ। ହେଲେ ପିଇଓ ଅପରାହ୍ନ ୪ଟାରେ ପହଞ୍ଚିଥିଲେ। ଏହାକୁ ନେଇ ଲୋକମାନେ ଉତ୍ତ୍ୟକ୍ତ ହୋଇପଡିଥିଲେ। ପିଇଓଙ୍କୁ ସେମାନେ ଦୀର୍ଘ ସମୟ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ।

ଏନେଇ ଖବର ପାଇ ଝରିଗାଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପିଇଓଙ୍କୁ ଛାଡି ଥିଲେ। ଏହାପୂର୍ବରୁ ପଞ୍ଚାୟତର ଅନେକ ଘୋଟାଲାକୁ ନେଇ ଗ୍ରାମବାସୀ ବ୍ଲକ ସ୍ତରରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଛନ୍ତି। ତଥାପି ଦୁର୍ନୀତିକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆନଯିବାରୁ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ।



from Odisha Reporter https://ift.tt/2ZRDt09

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages