‘ଲାଲ୍‌ ସିଂ ଚଡ୍‌ଢା’ କରିବ ନୂଆ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

‘ଲାଲ୍‌ ସିଂ ଚଡ୍‌ଢା’ କରିବ ନୂଆ ରେକର୍ଡ

ମୁମ୍ବାଇ: ୧୯୯୪ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ୍‌ ହେବାକୁ ଯାଉଛି। ଏହାର ନାଁ ରଖାଯାଇଛି ‘ଲାଲ୍‌ ସିଂ ଚଡ୍‌ଢ଼ା’। ବଲିଉଡ୍‌ ସୁପର୍‌ଷ୍ଟାର୍‌ ଆମିର ଖାନ୍‌ ଏହି ଫିଲ୍ମର ପ୍ରଯୋଜକ ଥିବା ବେଳେ ନିଜେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏଥିପାଇଁ ସେ ଏବେ ଓଜନ ହ୍ରାସ କରୁଛନ୍ତି। ସେ ଏହି ଫିଲ୍ମ ପାଇଁ ପ୍ରାୟ ୨୦ କିଲୋ ଓଜନ କମାଇବେ। ତେବେ ଏହା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ। ନୂଆ କଥା ହେଉଛି, ଭାରତର ୧୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଫିଲ୍ମର ଶୁଟିଂ କରାଯିବ। ଫିଲ୍ମର କାହାଣୀ ଅନୁସାରେ ଆମିରଙ୍କ ଚରିତ୍ରର ଜୀବନ ଯାତ୍ରାକୁ ପ୍ରଦର୍ଶିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯଦି ଯୋଜନା ମୁତାବକ ଏହା ହୁଏ, ତା’ହେଲେ ବଲିଉଡ୍‌ରେ ଏହା ଏକ ରେକର୍ଡ ହେବ।

ଏ ଫିଲ୍ମ ପାଇଁ ଷ୍ଟୁଡିଓରେ ସେଟ୍ ଲଗାଇବାକୁ କୁହାଯାଇଥିଲା। ତେବେ ଆମିର ଏହାକୁ ପସନ୍ଦ କରି ନଥିଲେ। ଫିଲ୍ମର ଶୁଟିଂ ପାଇଁ ଦେଶର ଭିନ୍ନ ଭିନ୍ନ ୧୦୦ଟି ସ୍ଥାନ ବାଛିବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ, ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ସହିତ ଦେଶର ଆହୁରି ବହୁତ ରାଜ୍ୟରେ ଏହି ଫିଲ୍ମର ଶୁଟିଂ କରାଯିବ। ଏଥିରୁ ଅନେକ ରାଜ୍ୟରେ ଆମିର ପ୍ରଥମ ଥର ପାଇଁ ଶୁଟିଂ କରିବେ। ଆସନ୍ତା ଦେଢ଼ ମାସ ମଧ୍ୟରେ ସ୍ଥାନ ଚିହ୍ନଟ ହେବ ଓ ନଭେମ୍ବର ୧ ତାରିଖରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧୯୯୪ରେ ରିଲିଜ୍ ହୋଇଥିବା ‘ଫରେଷ୍ଟ ଗମ୍ପ’ରେ ଟମ୍‌ ହ୍ୟାକ୍ସ ଅଭିନୟ କରିଥିଲେ।  ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରବର୍ଟ ଜେମେକିସ୍‌। ଏ ଫିଲ୍ମରେ ଜଣେ ସାଧାରଣ ଲୋକ ପୂରା ଆମେରିକା ଯାତ୍ରା କରି କିପରି ଏହାର ସାଂସ୍କୃତିକ ଓ ରାଜନୀତିକ ସ୍ଥିତିକୁ ପ୍ରଭାବିତ କରିଥିଲେ, ତାହା ପ୍ରଦର୍ଶିତ ହୋଇଥିଲା।



from Odisha Reporter https://ift.tt/2V8QahG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages