ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଆୟୋଜିତ ହୋଇଛି ବିଶାଳ ‘ମୋ ବିଚ୍ କାର୍ଯ୍ୟକ୍ରମ’। ଯେଉଁଠି ଆଜି ବିଶ୍ୱର ସବୁଠୁ ବଡ଼ ସଫେଇ ଅଭିଯାନ ଆରମ୍ଭ କରାଯାଇଛି। ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ସାରା ବିଶ୍ୱକୁ ଆଜି ପୁରୀରୁ ସନ୍ଦେଶ ଦିଆଯାଇଛି।
ଏହି କାର୍ଯ୍ୟକ୍ରମ ଜରିଆରେ ପରିବେଶକୁ ସୁରକ୍ଷା ରଖିବା ସହ ସମୁଦ୍ର ଉପକୂଳକୁ ସ୍ୱଚ୍ଛ ରଖିବାକୁ ବାର୍ତ୍ତା ଦିଆଯାଇଛି। ଏନେଇ ବେଳାଭୂମିର ଶହେଟି ସ୍ଥାନରେ ଏକାଠି ହୋଇଛନ୍ତି ୧୦ ହଜାର ସ୍ୱେଚ୍ଛାସେବୀ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ‘ଫନି’ ବାତ୍ୟା ପରେ ଅସଜଡ଼ା ହୋଇ ପଡ଼ିଥିବା ପୁରୀ ପୁଣି ଥରେ ସାହାସର ସହ ଛିଡ଼ା ହେଲାଣି ।
from Odisha Reporter https://ift.tt/2Ns7cpV
No comments:
Post a Comment