ନବରାତ୍ରୀରେ ବାସ୍ତୁର ଏହି ନିୟମଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 27, 2019

ନବରାତ୍ରୀରେ ବାସ୍ତୁର ଏହି ନିୟମଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ

୨୯ ତାରିଖରୁ ଆରମ୍ଭ ହେଉଛି ମହାନବରାତ୍ରୀ। ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କୁ ପୂଜା କରାଯାଏ। ପ୍ରାୟ ଲୋକ ନିଜ ଘରେ କଳସ ଓ ମା’ଙ୍କ ପ୍ରତିମା ସ୍ଥାପନା କରି ନବରାତ୍ରୀ ପୂଜା କରିଥା’ନ୍ତି। ଏହି ପୂଜାକୁ ସମ୍ପୂର୍ଣ୍ଣ ବିଧିବିଧାନର ସହ କରାଯାଏ। କାରଣ ମହାମାୟାଙ୍କ ପୂଜାରେ ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ। ଆପଣ ସମସ୍ତ ବିଧି ବିଧାନର ସହ ପୂଜା କଲେ ମଧ୍ୟ ଯଦି କିଛି ବାସ୍ତୁ ଦୋଷ ରହିଯାଏ, ତେବେ ପୂଜା ଅସଫଳ ରହିଥାଏ। ଆଜି ଆମେ ଆପଣଙ୍କୁ ନବରାତ୍ରୀ ପୂଜାକୁ ନେଇ କିଛି ବାସ୍ତୁ ଟିପ୍ସ ଦେବୁ।

୧) ନବରାତ୍ରୀ ପୂଜା ପୂର୍ବରୁ ଘରକୁ ଭଲଭାବେ ସଫା କରନ୍ତୁ। ଘରେ ପଡ଼ିଥିବା ଅଦରକାରୀ ସାମଗ୍ରୀକୁ ବାହାର କରିଦିଅନ୍ତୁ।  ପିଆଜ-ରସୁଣ ମଧ୍ୟ ବାହାର କରିଦିଅନ୍ତୁ। ପୂଜା ପୂର୍ବଦିନ ଘରସାରା ଝୁଣା ଓ ଧୂପ ବୁଲେଇ ବାତାବରଣକୁ ସୁଦ୍ଧ କରନ୍ତୁ।

୨) ନବରାତ୍ରୀ ପୂଜା ଆରମ୍ଭ ଦିନ ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ୍‌ ଚିହ୍ନ ବନାନ୍ତୁ। ଏଥିସହ ଆମ୍ବପତ୍ରର ତୋରଣ ମଧ୍ୟ ଲଗାନ୍ତୁ। ଏପରିକଲେ ଆପଣଙ୍କ ଘରକୁ ମାଆ ପ୍ରସନ୍ନ ହୋଇ ପ୍ରବେଶ କରିବେ। ଏହା ବ୍ୟତୀତ ଯେଉଁଠି କଳସ ବସାଇବେ ସେଠି ମଧ୍ୟ ସ୍ୱସ୍ତିକ୍‌ ଚିହ୍ନ ବନାନ୍ତୁ।

୩) ଘରର ଉତ୍ତର ପୂର୍ବ ତଥା ଐଶାନ୍ୟ କୋଣ ହିଁ କଳସ ସ୍ଥାପନା ତଥା ନବରାତ୍ରିର ପୂଜା ପାଇଁ ସବୁଠୁ ଅଧିକ ପ୍ରଜୁଯ୍ୟ। ତେଣୁ ଏହି କୋଣରେ ହିଁ ମା’ଙ୍କ ଫଟୋ କିମ୍ବା ମୂର୍ତ୍ତି ରଖି କଳସ ସ୍ଥାପନା କରି ପୂଜା କରନ୍ତୁ।

୪) ପୂଜା କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଆପଣଙ୍କ ମୁହଁ ପୂର୍ବ ଦିଗଆଡ଼କୁ ରହିବ। ପୂର୍ବଦିଗରେ ଦେବତାଙ୍କର ବାସ ହୋଇଥିବାରୁ ଏହି ଦିଗକୁ ଶକ୍ତିର ଉତ୍ସ ବୋଲି ବିଶ୍ୱାସ କରାଯାଏ।

୫)  କାଠର ଖଟୁଲି ଉପରେ ମା’ଙ୍କ ମୂର୍ତ୍ତି କିମ୍ବା ଫଟୋ ବସାଇ ପୂଜା କରିବା ଉଚିତ୍‌। ବାସ୍ତୁ ଆନୁଯାୟୀ, ଚନ୍ଦନ କିମ୍ବା ଆମ୍ବ କାଠରେ ତିଆରି ଖଟୁଲି ହିଁ ଶୁଭ ହୋଇଥାଏ। ହେଲେ ମନେରଖନ୍ତୁ ଖଟୁଲି ଉପରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ଆଙ୍କିବା ପରେ ହିଁ ମା’ଙ୍କ ପ୍ରତିମା ସ୍ଥାପନ କରିବେ।

୬) ନବରାତ୍ରୀ ପୂଜାରେ ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜ୍ୟୋତି ଜଳିଥାଏ। ଅଖଣ୍ଡଜ୍ୟୋତିକୁ ଆଗ୍ନେୟ କୋଣ ତଥା ଦକ୍ଷିଣ-ପୂର୍ବ ଦିଗରେ ଜଳାଇଲେ ଶୁଭ ହୋଇଥାଏ। ଏହି ଦିଗରେ ଅଗ୍ନି ଦେବତାଙ୍କ ଘର ହୋଇଥାଏ, ତେଣୁ ଏଠି ଅଖଣ୍ଡଜ୍ୟୋତି ଜଳାଇଲେ ତାଙ୍କର ଆଶୀର୍ବାଦ ମିଳିଥାଏ।

୭) ମା’ଙ୍କ ପୂଜାରେ ସର୍ବଦା ପିତ୍ତଳ କିମ୍ବା ଚାନ୍ଦୀର ବାସନ ହିଁ ବ୍ୟବହାର କରନ୍ତୁ। ଏହା ଶୁଭ ହୋଇଥାଏ। ଏଥିସହ ମା’ଙ୍କ ପୂଜାରେ ଲାଲ୍‌ ରଙ୍ଗର ଫୁଲ ବ୍ୟବହାର କରନ୍ତୁ।



from Odisha Reporter https://ift.tt/2o085KS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages