ଦୁର୍ଗାପୂଜାରେ ମା’ଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସାବୁଦାନା ଲଡ଼ୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 27, 2019

ଦୁର୍ଗାପୂଜାରେ ମା’ଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସାବୁଦାନା ଲଡ଼ୁ

 

ଆବଶ୍ୟକ ସାମଗ୍ରୀ: ସାବୁଦାନା, ନଡ଼ିଆ କୋରା, ଚିନି, ଗୁଜୁରାତି ଗୁଣ୍ଡ, କାଜୁ, ଆଲମଣ୍ଡ ଓ ଗୁଆଘିଅ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ସାବୁଦାନାକୁ ଭାଜନ୍ତୁ। ସାବୁଦାନାଗୁଡ଼ିକ ଯେତେବେଳେ ଫୁଲିଯିବ ଓ ହାଲକା ଲାଲ୍‌ ହୋଇଆସିବ ଚୁଲି ବନ୍ଦ କରି ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏକ କଡ଼େଇରେ ଗୁଆଘିଅ ଗରମ କରି ଏଥିରେ ନଡ଼ିଆକୋରା ପକାଇ ଭାଜନ୍ତୁ। ନଡ଼ିଆ ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା ପାଉଡର ଓ ଚିନି ପକାଇ ଭଲଭାବେ ଗୋଳାଇ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଏବେ ସେହି କରେଇରେ ଅଳ୍ପ ଗୁଆଘିଅ ଗରମ କରି କାଜୁ ଓ ଆଲମଣ୍ଡକୁ ଭାଜନ୍ତୁ। ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା -ନଡ଼ିଆ ମିଶ୍ରଣ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ୫ ମିନିଟ୍‌ ପରେ ଚୁଲି ବନ୍ଦ କରିଦିଅନ୍ତୁ। ଏହି ମିଶ୍ରଣ ହାଲକା ଗରମ ଥିବା ଅବସ୍ଥାରେ ହାତରେ ନେଇ ଗୋଲ୍ ଗୋଲ୍ ଲଡ଼ୁ ଗଢ଼ନ୍ତୁ। ଏହାକୁ ଆପଣ ଏୟାର ଟାଇଟ୍‌ ଡବାରେ ରଖି ଖାଇପାରିବେ।



from Odisha Reporter https://ift.tt/2nVXpN7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages