ଆଜିଠୁ ଲାଗୁ ହେବାକୁ ଥିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା, କିନ୍ତୁ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ଆଜିଠୁ ଲାଗୁ ହେବାକୁ ଥିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା, କିନ୍ତୁ …

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆଜିଠୁ ଲାଗୁ ହେବାକୁ ଥିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା। ହେଲେ ଚଳିତ ମାସ ଦୁର୍ଗା ପୂଜା ପଡ଼ୁଥିବାରୁ ଏହାକୁ ୧ ମାସ ପର୍ଯ୍ୟନ୍ତ କୋହଳ କରିଦେଇଛନ୍ତି ରାଜ୍ୟ ସରକାର।  ଫଳରେ ଏହାକୁ ଚଳିତ ମାସ ୩୧ ତାରିଖ ଯାଏ କୋହଳ କରାଯାଇଥିବା ସ୍ପଷ୍ଟ କରିଛନ୍ତି ସରକାର ।

ଏହି ମାସେ ଭିତରେ ସଂପୃକ୍ତ ଡିଲର ବିକିଥିବା ଗାଡ଼ିରୁ ଅଣ HSRP ପ୍ଲେଟ୍ କାଢ଼ି HSRP ପ୍ଲେଟ୍ ଦେବେ । ଯଦି ଡିଲର ଧାର୍ଯ୍ୟ ସମୟ ଭିତରେ HSRP ପ୍ଲେଟ୍ ନ ଦିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।  HSRP ବିନା ଗାଡ଼ି କ୍ରେତାଙ୍କୁ ସ୍ମାର୍ଟ କାର୍ଡ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC) ମିଳିପାରିବ ନାହିଁ ବୋଲି ମଧ୍ୟ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଅପରପକ୍ଷେ  ୨୦୧୮ ବର୍ଷରେ ସାରା ରାଜ୍ୟରେ  ୩.୩୫ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ପ୍ରଦାନ କରାଯାଇଥିଲା । କିନ୍ତୁ ନୂଆ ମୋଟର ଭେଇକିଲ୍‌ ଆକ୍ଟ ଲାଗୁ ହେବା ପରେ କେବଳ ସେପ୍ଟେମ୍ବରରେ ରାଜ୍ୟରେ ୧.୨୩ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ଦିଆଯାଇଥିବା ପରିବହନ ବିଭାଗ ସୂଚନା ଦେଇଛି। ଭୁବନେଶ୍ୱରରେ କେବଳ ୨୪ ହଜାର ଲାଇସେନ୍ସ ଦିଆଯାଇଛି ।

ଦଲାଲ ଧରପଗଡ଼ ଅଭିଯାନରେ ଗତକାଲି ସାରା ରାଜ୍ୟରୁ ୨୬ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୮ ଜଣ ଆରଟିଓ ଦଲାଲ ହୋଇଥିବା ବେଳେ ୮ଜଣ ମେଡିକାଲ ଦଲାଲ ଅଛନ୍ତି । ତେବେ ଭୁବନେଶ୍ୱରରୁ ସର୍ବାଧିକ ୮ଜଣ ଆରଟିଓ ଦଲାଲ ଗିରଫ ହୋଇଥିବା ପୁଲିସ୍‌ ସୂଚନା ଦେଇଛି ।



from Odisha Reporter https://ift.tt/2o60Gd6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages