ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଇଣ୍ଡଷ୍ଟ୍ରୀର ଅନ୍ୟତମ ଲୋକପ୍ରିୟ ଖଳନାୟକ ହେଉଛନ୍ତି ରାଇମୋହନ ପରିଡ଼ା। ତାଙ୍କ ଡାଏଲଗ୍ ଯେମିତି ଭୟଙ୍କର ତାଙ୍କ ଚାହାଣି ମଧ୍ୟ ସେମିତି ଭୟଙ୍କର। ହେଲେ ପରଦାରେ ଭୟଙ୍କର ଦେଖାଯାଉଥିବା ଏହି ଦକ୍ଷ ଅଭିନେତା ଜଣଙ୍କ ବି ପ୍ରେମରେ ପଡ଼ିଥିଲେ କହିଲେ ହୁଏତ ଅନେକ ବିଶ୍ୱାସ କରିବେ ନାହିଁ। କିନ୍ତୁ କଥାଟା ସତ। ତାଙ୍କ ପ୍ରେମ ସଫଳ ବି ହୋଇଥିଲା। ଯାହାଙ୍କୁ ଭଲ ପାଇଥିଲେ ତାଙ୍କୁ ବାହା ହୋଇଛନ୍ତି। ତେବେ ଏଥିପାଇଁ ତାଙ୍କୁ ବେଶ୍ କିଛି ବର୍ଷ ମେହନତ୍ କରିବାକୁ ପଡ଼ିଥିଲା। ଏ ବିଷୟରେ ନିଜେ ରାଇମୋହନ କହିଛନ୍ତି।
ଓଟିଭିର ‘ଗପସପ’ କାର୍ଯ୍ୟକ୍ରମର ଏକ ଏପିସୋଡ୍ ଯୋଗ ଦେଇ ସେ କହିଥିଲେ, “୫ରୁ ୭ ବର୍ଷ ଗୋଡ଼ାଇ ଗୋଡ଼ାଇ ଧର୍ମପତ୍ନୀଙ୍କୁ ପାଇଛି। ବାପାମା’ଙ୍କୁ କହିବା ପରେ ସେ ବିବାହ ପାଇଁ ରାଜି ହୋଇଥିଲେ। ସେ ଜଣେ ଇଞ୍ଜିନିୟରଙ୍କ ଝିଅ। ‘କୋଟିଏ ମଣିଷ ଗୋଟିଏ ଜଗା’ ଫିଲ୍ମ ରିଲିଜ୍ ହେବା ପରେ ମୁଁ ତାଙ୍କୁ ବିବାହ କରିଥିଲି। ତାଙ୍କୁ ଚଳେଇ ପାରିବି ନାହିଁ ବୋଲି ପ୍ରଥମେ ପ୍ରଥମେ ଶ୍ୱଶୁର ଘର ଲୋକ ମୋତେ ଗ୍ରହଣ କରୁ ନଥିଲେ। କିନ୍ତୁ ପରେ ଗ୍ରହଣ କରିଥିଲେ।”
ରାଇମୋହନ କହିଥିଲେ,“୧୫୦ ଟଙ୍କା ଭଡ଼ାରେ ଏକ ଆଜ୍ବେଷ୍ଟସ୍ ଘରେ ମୁଁ ମୋ ସଂସାର ଆରମ୍ଭ କରିଥିଲି। ସବୁ ସମୟରେ ମୋ ଜୀବନସାଥୀ ମୋତେ ସହଯୋଗ କରି ଆସିଛନ୍ତି। ତାଙ୍କ ପାଇଁ ମୁଁ ଆଜି ପର୍ଯ୍ୟନ୍ତ ବାଟବଣା ହୋଇନାହିଁ।”
ସଂସାର ଓ କାମରୁ ଫୁରସତ୍ ମିଳିଲେ ଖଟି କରିବାକୁ ଭଲ ପାଉଥିବା ରାଇମୋହନ ଜଣେ ଈଶ୍ୱର ବିଶ୍ୱାସୀ।
#ରାଇପ୍ରେମ: ରାଇମୋହନଙ୍କୁ ଏତେ ମୁଦି କିଏ ଦେଇଛି ? କାହିଁକି ଓଡ଼ିଆ ସିନେମାର ଦୁର୍ଦ୍ଦାନ୍ତ ଖଳନାୟକ ଏତେ ମୁଦି ପିନ୍ଧନ୍ତି? ଜାଣିବାକୁ ଚାହାନ୍ତି କି ? #RaimohanParida #Love #Entertainment #Ollywood #GaapSaap
OTV यांनी वर पोस्ट केले रविवार, २९ सप्टेंबर, २०१९
from Odisha Reporter https://ift.tt/2o10bAS
No comments:
Post a Comment