ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ଆକ୍ୱାରିୟମ୍ ରଖିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ କେତୋଟି ମାଛ ରଖିବା ଶୁଭ? ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ରେ ୮ଟି ମାଛ ରଖିଲେ ଶୁଭଫଳ ମିଳିଥାଏ। ଏହାର କାରଣ ୮କୁ ଅନନ୍ତ ନମ୍ୱର ବୋଲି କୁହାଯାଇଥାଏ। ତେଣୁ ଆକ୍ୱାରିୟମ୍ରେ ୮ଟି ମାଛ ରଖିଲେ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଇଥାଏ ବୋଲି ବିଶ୍ୱାସ ରହିଛି
ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ରେ ‘କୋଇ’ ଫିସ୍ ରଖିବା ଶୁଭ। କିନ୍ତୁ ଏହି ମାଛ ଆକାରରେ ବଡ଼ ହୋଇଥିବାରୁ ଆକ୍ୱାରିୟମରେ ରଖିବା ସମ୍ଭବ ହୋଇନଥାଏ। ଏହା ସହିତ ଅଧିକାଂଶ ଘରେ ଆକ୍ୱାରିୟମର ଆକାର ମଧ୍ୟ ଛୋଟ ଥାଏ।
ତେଣୁ ‘କୋଇ’ ଫିସ୍ ପରିବର୍ତ୍ତେ ଆପଣ ‘ଗୋଲଡ୍’ ଫିସ୍ ରଖିପାରିବେ। ଏହାଦ୍ୱାରା ଆପଣଙ୍କ ଘରେ ଶାନ୍ତି ବିରାଜମାନ କରିଥାଏ ।
ଫେଙ୍ଗସୁଇରେ ଆହୁରି ମଧ୍ୟ ମତ ରହିଛି ଯେ, ଆକ୍ୱାରିୟମ୍ରେ ‘ରେଡ୍ ସ୍ୱର୍ଡ’ ଓ ‘ବ୍ଲାକ୍ ମୋଲି ଫିସ୍’ ରଖିବା ଶୁଭ। ତେଣୁ ଯଦି ଏହି ମାଛ ରଖୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେପରି ମାଛ ସଂଖ୍ୟା ୮ ହେବା ଉଚିତ୍।
ଦୁଇଟି ଗୋଲ୍କୁ ନେଇ ଇଂରାଜୀରେ 8 ସୃଷ୍ଟି ହୋଇଛି। ଏହାର ଅର୍ଥ ଏହି ସଂଖ୍ୟାର ଆଦି ନାହିଁ କି ଅନ୍ତ ନାହିଁ। ଏହା ଯୋଗୁ ଆପଣଙ୍କ ଜୀବନରେ ସଫଳତା ମିଳିଥାଏ। ତେଣୁ ଯେବେ ବି ଆକ୍ୱାରିୟମରେ ମାଛ ରଖୁଛନ୍ତି, ୮ ସଂଖ୍ୟାରେ ରଖନ୍ତୁ। ଏହାଠୁ ଅଧିକ କିମ୍ବା କମ୍ କରନ୍ତୁ ନାହିଁ।
from Odisha Reporter https://ift.tt/2NUbNk6
No comments:
Post a Comment