ରାନ୍ଧି ନ ଥିଲା ମା’, ହାଣିଲା ପୁଅ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ରାନ୍ଧି ନ ଥିଲା ମା’, ହାଣିଲା ପୁଅ  

କୋରାପୁଟ (ସୂର୍ଯ୍ୟ ପଣ୍ଡା):  ରାନ୍ଧି ଖାଇବାକୁ ନଦେବାରୁ ମା’କୁ ମାରି ଦେଲା ପୁଅ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ସହରର ସୋନାପୁର ଅଞ୍ଚଳରେ । ମୃତକ ହେଲେ ଡମୁଣି ପରଜା(୫୦) । ପୁଅ କବଳରୁ ମା’କୁ ରକ୍ଷା କରିବାକୁ ଯାଇ ବାପା ମଧ୍ୟ ଆହତ ହୋଇଛନ୍ତି। ଅଭିଯୁକ୍ତ ମନୋଜ ପରଜା (୨୫) ଙ୍କୁ ଗିରଫ କରିଛି ପୁଲିସ୍‌।

ବୁଧବାର ରାତିରେ ମନୋଜ ଘରେ ପହଞ୍ଚିବା ବେଳକୁ ଡମୁଣି ରୋଷେଇ କରି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ମା’କୁ ପାଟି କରିବାକୁ ଉଭୟ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।  ଏହାପରେ ଉତ୍ତ୍ୟକ୍ତ ମନୋଜ ଘର ପାଖରେ ଥୁଆ ହୋଇଥିବା କୋଦାଳରେ ମା’ ବେକକୁ ଚୋଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଡମୁଣିଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏହାପରେ ପୁଲିସ୍‌ ମନୋଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।



from Odisha Reporter https://ift.tt/2LtRb0t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages