୨୫ ଲକ୍ଷ ଟଙ୍କା ଲଟେରି ଜିତିବା ଆଶାରେ ଦେଇଦେଲେ ୩ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

୨୫ ଲକ୍ଷ ଟଙ୍କା ଲଟେରି ଜିତିବା ଆଶାରେ ଦେଇଦେଲେ ୩ ଲକ୍ଷ

ଜୟପୁର (ଟି ଗୌରିଶଙ୍କର): ୨୫ ଲକ୍ଷ ଟଙ୍କା ଲଟେରି ଜିତିଥିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ମାତ୍ର ଗୋଟିଏ ଫୋନ୍‌ କଲ୍‌ ପାଇ ଲଟେରି ଜିତିଥିବା ବିଶ୍ୱାସ କରିନେଲେ ଯୁବକଜଣକ। ଏହାପରେ ଟ୍ୟାକ୍ସ ଦେବା ବାହାନାରେ ପ୍ରାୟ ୨୦ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ଜମା କରିଦେଲେ  ୩ ଲକ୍ଷ ୧୫ ହଜାର ଟଙ୍କା। ଏପରି କିଛି ଦିନ ଚାଲିବା ପରେ ଠକାମୀର ଶିକାର ହୋଇଥିବା ଜାଣିପାରି କାନମୁଣ୍ଡ ଆଉଁସିକି ରହିଲେ।

ଏପରି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡି ମାଳିଗୁଡାରେ। ଠକାମୀର ଶିକାର ହୋଇଥିବା ଯୁବକଜଣକ ହେଲେ ଭୀମସେନ ଗୌଡ଼।। ତେବେ ଏନେଇ ପୁଲିସ୍‌ କିମ୍ବା କାହାକୁ ଜଣାଇଲେ ଟଙ୍କା ମିଳିବ ନାହିଁ ବୋଲି କୁହାଯାଇଥିବାରୁ ସେ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି।

ଭୀମସେନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, କିଛି ଦିନ ତଳେ ମୁମ୍ବାଇରୁ ରାଣା ପ୍ରତାପ ସିଂ ନାମକ ବ୍ୟକ୍ତି ନିଜକୁ ଜିଓ କମ୍ପାନୀର କର୍ମଚାରୀ ପରିଚୟ ଦେଇ ତାଙ୍କୁ ଫୋନ କରିଥିଲେ । ଏହାପରେ ସେ ଲଟେରିରେ ୨୫ଲକ୍ଷ ଟଙ୍କା ଜିତିଥିବା କହିଥିଲେ। ତେବେ ଲଟେରି ଟଙ୍କା ପାଇବାକୁ ହେଲେ ଭୀମସେନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ବୋଲି ସେ ଜଣାଇଥିଲେ। ରାଣାଙ୍କ କଥାକୁ ବିଶ୍ୱାସ କରି ନେଇଥିଲେ ଭୀମସେନ।

ଏହାପରେ ତାଙ୍କ କହିବା ଅନୁଯାୟୀ, ପ୍ରଥମେ ୧୨ ହଜାର ଓ ପରେ ୮୦ହଜାର, ଏମିତି ୧୫ ଦିନ ଭିତରେ ୨୦ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ପ୍ରାୟ ୩ ଲକ୍ଷ ୧୫ ହଜାର ଟଙ୍କା ଜମା କରିଥିଲେ । ଏହାପରେ ବି ଉକ୍ତ ବ୍ୟକ୍ତିଜଣକ ପୁଣିଥରେ ୭୦ହଜାର ୫୦୦ ଟଙ୍କା ଡିପୋଜିଟ୍ କରିବା ପାଇଁ ଭୀମସେନଙ୍କୁ କହିଥିଲେ। ଏହାପରେ ଭୀମସେନ ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ ।

.



from Odisha Reporter https://ift.tt/2Qnj5je

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages