ବାଲୁଗାଁ: ଗତକାଲି ଅପରାହ୍ଣରେ ଚିଲିକା ଜଳରାଶି ଉପରେ କିଛି ସମୟ ପାଇଁ ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିଲା। କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲ୍ରେ କଏଦ୍ କରିଥିବା ଜଣାପଡ଼ିଛି।
କାଳିଜାଈ ଓ ଜଟିଆନାଶୀ ମଝିରେ ପ୍ରାୟ ୧୫ ମିନିଟ ଧରି ବାୟୁମଣ୍ଡଳରେ ଏହି ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା। ଏହି ଘୂର୍ଣ୍ଣିବାୟୁ ଆକାଶରେ ବହୁ ଉପରକୁ ଲମ୍ବିଥିବା ନଜର ଆସିଥିଲା। କିଛି ସମୟ ମଧ୍ୟରେ ଆଖି ସାମ୍ନାରୁ ଏହା ଉଦ୍ଭାନ ହୋଇଯାଇଥିଲା। ଏହାକୁ ସ୍ଥାନୀୟ ଲୋକେ ହାତୀଆଶୁଣ୍ଢ ବୋଲି କହୁଛନ୍ତି।
ଅନ୍ୟପକ୍ଷରେ ଏହି ଘୂର୍ଣ୍ଣିବାୟୁ ପ୍ରଭାବରେ କୌଣସି କ୍ଷୟକ୍ଷତି ଘଟି ନ ଥିବା ସୂଚନା ମିଳିଛି। ଏଭଳି ଅଦ୍ଭୁତ ଦୃଶ୍ୟ ଦେଖି କିଛି ଲୋକ ଭୟଭୀତ ହୋଇପଡିଥିଲେ।
from Odisha Reporter https://ift.tt/2Md0BN7
No comments:
Post a Comment