ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଠ୍ୟ ପୁସ୍ତକରେ ତ୍ରୁଟି ଦେଖିବାକୁ ମିଳିଛି। ତୃତୀୟ ଓ ନବମ ଶ୍ରେଣୀ ସାହିତ୍ୟ ବହିରେ ତଥ୍ୟଗତ ଭୁଲ୍ ଦେଖିବାକୁ ମିଳିଛି।
ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ୩୨ ନମ୍ବର ପୃଷ୍ଠାରେ ଥିବା ତୁଳସୀ ଦୁଇ ପତ୍ରରୁ ବାସେ ଅଧ୍ୟାୟରେ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ବାପାଙ୍କ ନାଁ ଶ୍ୟାମ ସୁନ୍ଦର ସିଂହ ଲେଖାଯାଇଛି। ପ୍ରକୃତରେ ପଠାଣି ସାମନ୍ତଙ୍କ ବାପାଙ୍କ ନାଁ ଶ୍ୟାମବନ୍ଧୁ ସିଂହ।
ସେହିପରି ନବମ ଶ୍ରେଣୀ ‘ସାହିତ୍ୟ ଧାରା’ ବହିର ୯୭ ନମ୍ବର ପୃଷ୍ଠାରେ ଭୀମ ଭୋଇଙ୍କୁ ସନ୍ଥକବି ବଦଳରେ ଭକ୍ତ କବି ବୋଲି ଲେଖାଯାଇଛି। ଭକ୍ତ କବି ମଧୁସୂଦନ ରାଓ ହୋଇଥିବା ବେଳେ ଭୀମ ଭୋଇଙ୍କୁ ଭକ୍ତ କବି ଲେଖାଯାଇଛି। ଏହାଦ୍ୱାରା କୋମଳମତି ଶିଶୁ ଭୁଲ୍ କଥା ଜାଣୁଛନ୍ତି ବୋଲି ଅଭିଯୋଗ ହୋଇଛି।
from Odisha Reporter https://ift.tt/2ZV3YRC
No comments:
Post a Comment