ଚାଲାଣ କାଟିବାରୁ ଯୁବତୀ ଦେଲେ ଆତ୍ମହତ୍ୟାର ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ଚାଲାଣ କାଟିବାରୁ ଯୁବତୀ ଦେଲେ ଆତ୍ମହତ୍ୟାର ଧମକ

ନୂଆଦିଲ୍ଲୀ: ସେପ୍ଟେମ୍ୱର ୧ରୁ ଦେଶରେ ଲାଗୁ ହୋଇଥିବା ନୂଆ ସଂଶୋଧିତ ମୋଟର ଯାନ ଆଇନକୁ ନେଇ ସାରା ଦେଶରେ ତର୍କବିତର୍କ ଚାଲିଛି। ବିଶେଷକରି ଜୋରିମାନା ପରିମାଣକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଉ ଏହାକୁ ନେଇ ଅନେକ ଅପ୍ରୀତିକର ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଗତ ଶନିବାର ଦିଲ୍ଲୀରେ ଟ୍ରାଫିକ ପୁଲିସକୁ ଏମିତି କିଛି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଚାଲାଣ କାଟିବାରୁ ଜଣେ ଯୁବତୀ ଆତ୍ମହତ୍ୟା ଧମକ ଦେଇଥିଲେ। ଶେଷରେ ସ୍ଥିତି ଏମିତି ହୋଇଥିଲା ଯେ ସେମାନେ ଯୁବତୀ ଜଣଙ୍କୁ ବିନା ଜୋରିମାନାରେ ଛାଡ଼ି ଦେଇଥିଲେ।

ଶନିବାର ସକାଳେ ଦିଲ୍ଲୀର ଏହି ଯୁବତୀ ଜଣଙ୍କ ଅଫିସ୍ ଯାଉଥିବା ବେଳେ କଶ୍ମୀରି ଗେଟ୍ ନିକଟରେ ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇଥିଲା। କାରଣ ସେ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ହେଉଥିଲେ। ତା ସହିତ ତାଙ୍କ ସ୍କୁଟିର ଆଗ ନମ୍ୱର ପ୍ଲେଟ୍ ଭାଙ୍ଗିଯାଇଥିଲା। ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇ ଚାଲାଣ କାଟିବା ପରେ ଯୁବତୀ ଜଣଙ୍କ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ। ତେବେ ତାଙ୍କ କଥା ଟ୍ରାଫିକ୍ ପୁଲିସକୁ ପ୍ରଭାବିତ କରିନଥିଲା। ତେଣୁ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତା ସହିତ ଯୁବତୀ ଜଣଙ୍କ ଜୋରରେ କାନ୍ଦିବା ସହ ପିନ୍ଧିଥିବା ହେଲମେଟକୁ ମଧ୍ୟ ଫିଙ୍ଗି ଦେଇଥିଲେ। ପାଖାପାଖି ୨୦ ମିନିଟ୍ ଧରି କଶ୍ମୀର ଗେଟ୍ ନିକଟରେ ଏହି ଡ୍ରାମା ଚାଲିବା ପରେ ଟ୍ରାଫିକ୍ ପୁଲିସ ବାଧ୍ୟ ହୋଇ ତାଙ୍କୁ ଛାଡ଼ି ଦେଇଥିଲା।

ଆହୁରି ପଢ଼ନ୍ତୁ: ହସ ଖୁସିର ସଂସାରରେ ନିଆଁ ଲଗାଇଲା ଟ୍ରାଫିକ୍ ପୁଲିସର କ୍ୟାମେରା।



from Odisha Reporter https://ift.tt/2ZWiHvH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages