ତରନତାରାରେ ୨୬/୧୧ ଶୈଳୀରେ ଆକ୍ରମଣ ପାଇଁ ଯୋଜନା କରିଥିଲା ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 24, 2019

ତରନତାରାରେ ୨୬/୧୧ ଶୈଳୀରେ ଆକ୍ରମଣ ପାଇଁ ଯୋଜନା କରିଥିଲା ଆତଙ୍କବାଦୀ

ଚଣ୍ଡିଗଡ: ପଞ୍ଜାବର ତରନତାରନରେ ହୋଇଥିବା ବିସ୍ପୋରଣ ପରେ ତଦନ୍ତ ଅଧିକାରୀ ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପଞ୍ଜାବ ଏବଂ ଆଖପାଖ ଅଞ୍ଚଳରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏଥିପାଇଁ ଡ୍ରୋନ ଜରିଆରେ ଆଇଏସଆଇ ପଞ୍ଜାବରେ ଏକ-୪୭ ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଡେଲିଭରୀ କରିଥିଲା।

ସୂଚନାଯୋଗ୍ୟ, ୨୩ ତାରିଖ ଦିନ ପଞ୍ଜାବ ପୁଲିସ ତରନତାରା ଗାଁର ତୋହଲା ସାହିବ ନିକଟରେ ୪ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ୫ଟି ଏକ ୪୭ ବନ୍ଧୁକ, ପିସ୍ତଲ, ସେଟେଲାଇଟ୍ ଫୋନ୍ ଏବଂ ହାତ ତିଆରି ଗ୍ରେନେଡ୍ ଜବତ କରିଥିଲା। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘଟଣାର ତଦନ୍ତ ପାଇଁ ଏନଆଇଏକୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଏଥିସହ ଡ୍ରୋନ ଜରିଆରେ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ପଠାଉଥିବାର ଜଣାପଡ଼ିବା ପରେ ବାୟୁସେନା ଏବଂ ଆର୍ମିକୁ ଅବଗତ କରାଇଥିଲେ ପଞ୍ଜାବ ସରକାର।

ପ୍ରତୀକାତ୍ମକ ଚିତ୍ର

ପଞ୍ଜାବର ଧାର୍ମିକସ୍ଥଳୀ ଓ ଜନଗହଣଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ଏବଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ବାରମ୍ୱାର ଆକ୍ରମଣ କରିବା ପାଇଁ ଧମକ ଦେଉଥିବା ବେଳେ ହିଂସା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି।



from Odisha Reporter https://ift.tt/2kXalkO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages