ମୁମ୍ବାଇ: ବି-ଟାଉନ୍ରେ ଏବେ ଲଭ୍ବାର୍ଡ୍ସ ଆଲିଆ ଓ ରଣବୀରଙ୍କୁ ନେଇ ଚର୍ଚ୍ଚା। ଦୁହେଁ ପରସ୍ପରଙ୍କ ପ୍ରେମରେ ଯେ ଉବୁଟୁବୁ ଏ କଥା ଆଉ କାହାକୁ ଲୁଚା ନାହିଁ। ଗତକାଲି ରଣବୀର କପୁରଙ୍କ ଜନ୍ମଦିନ ଥିଲା। ତେବେ ନିଜ ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ଆଲିଆ କିଛି ନା କିଛି ସ୍ପେଶାଲ୍ କରିଥିବେ ବୋଲି ସମସ୍ତଙ୍କୁ ଜଣାଥିଲା। ହେଲେ ସେ କ’ଣ ସ୍ପେଶାଲ କରିଛନ୍ତି ତାହା ବୋଧ ହୁଏ ଆପଣଙ୍କୁ ଜଣା ନଥିବ।
ସୋଶାଲ୍ମିଡିଆରେ ଆଲିଆଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ରଣବୀରଙ୍କ ପାଇଁ ନିଜ ହାତରେ କେକ୍ ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ବେଶ୍ ଖୁସିଥିବା ଦେଖାଯାଉଛି। ସୂଚନା ମୁତାବକ ଆଲିଆ ଗତବର୍ଷ ମଧ୍ୟ ରଣବୀରଙ୍କ ଜନ୍ମଦିନରେ କେକ୍ ତିଆରି କରିଥିଲେ। ଏଥିସହ ଆଲିଆ ଇନ୍ଷ୍ଟାଗ୍ରମରେ ରଣବୀରଙ୍କ ଏକ ଫଟୋ ପୋଷ୍ଟ କରି ଜନ୍ମିନର ଶୁଭେଚ୍ଛା ଜଣାଇଥିଲେ।
ଆଲିଆ ଓ ରଣବୀର ନିଜ ସମ୍ପର୍କକୁ ଗତ ବର୍ଷ ସର୍ବସମ୍ମୁଖରେ ଘୋଷଣା କରିଥିଲେ। ଆଲିଆଙ୍କୁ ବହୁତ ଥର ରଣବୀରଙ୍କ ମାତାପିତାଙ୍କ ସହ ଦେଖିବାକୁ ମିଳିଛି। ସୂଚନା ମିଳିଛି ଯେ ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏବେ ଦୁହେଁ ନିଜ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଆଲିଆ ଓ ରଣବୀରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନି ରୟଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମଟି ୨୦୨୦ରେ ପରୁଦାକୁ ଆସିବ।
from Odisha Reporter https://ift.tt/2nAXdTp
No comments:
Post a Comment