ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦୂତପୁରୀ କଲୋନୀର ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ବୁଡୁ ପାଢ଼ୀ (୪୫)। ତାଙ୍କ ଘର ଶକ୍ତି ନଗର ଅଞ୍ଚଳରେ। ସେ ଜଣେ ପୁଲିସ୍ କର୍ମଚାରୀଙ୍କ ଭାଇ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ବୁଡୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଦୂତପୁରୀ କଲୋନୀର ଏକ ପରିତ୍ୟକ୍ତ କୂଅରେ ଭାସୁଥିବା ଦେଖି ଲୋକେ ପୁଲିସ୍କୁ ଖବର ଦେଇଥିଲେ।
ବୁଡ଼ୁ ପହଁରା ଶିଖିଥିବା ବେଳେ କିପରି କୁଅରେ ବୁଡ଼ି ମଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବୈଦ୍ୟନାଥପୁର ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2nzKRuV
No comments:
Post a Comment