କାଲିଠୁ ସ୍କୁଲ ଯାଇ ଫେରି ନାହାନ୍ତି ୩ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 7, 2019

କାଲିଠୁ ସ୍କୁଲ ଯାଇ ଫେରି ନାହାନ୍ତି ୩ ଛାତ୍ର

ବାଲେଶ୍ୱର( ଓଡ଼ିଶା ରିପୋର୍ଟର ) : ୨୪ ଘଣ୍ଟାରୁ ଊର୍ଦ୍ଦ୍ୱ ସମୟ ବିତିଲାଣି। ବାପାମା’ଙ୍କ ମନରେ ଛନକା ପଶିଲାଣି। କାଲିଠୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି ୩ ଛାତ୍ର। ସେମାନେ ହେଲେ ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁର ଶିବ ନାରାୟଣ ଦାସ, ଚିନ୍ମୟ ଦାସ ଓ ଶୁଭଙ୍କର ଦାସ । ଗତକାଲି ଶନିବାର ଥିବାରୁ ସେମାନେ ସକାଳେ ଘରୁ ବାହାରି ସ୍କୁଲ ଯାଇଥିଲେ। ହେଲେ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜାଖୋଜି  ଆରମ୍ଭ କରିଥିଲେ।

ସେମାନେ ସ୍କୁଲ ଯାଇଥିଲେ ବି ସେଠାରେ ପିଲାଙ୍କ ପତ୍ତା ପାଇ ପାରି ନ ଥିଲେ।  ପରେ ପରିବାର ଲୋକ ଓ ଗ୍ରାମବାସୀ ରେମୁଣା ତଥା ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ନିରାଶ ହୋଇ ଥାନାରେ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ ତିନି ଜଣଯାକ ଛାତ୍ର ଘରକୁ ଫେରି ନାହାନ୍ତି। ସମସ୍ତେ ରେମୁଣା ଉଡ଼ମ୍ବର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ।



from Odisha Reporter https://ift.tt/2ZL7DSy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages