ମୋଦି ସରକାରଙ୍କୁ ମନମୋହନ ସିଂହ ଦେଲେ ୫ ଟ୍ରଲିଅନ୍ ଇକୋନମିର ସୂତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 7, 2019

ମୋଦି ସରକାରଙ୍କୁ ମନମୋହନ ସିଂହ ଦେଲେ ୫ ଟ୍ରଲିଅନ୍ ଇକୋନମିର ସୂତ୍ର

ଜୟପୁର: ଦେଶର ଅଭିବୃଦ୍ଧି ହାର ମାନ୍ଦା ରହିଥିବା ବେଳେ କିଭଳି ଏହି ମାନ୍ଦାବସ୍ଥାରୁ ମୁକୁଳି ହେବ ସେ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିରୋଧୀ କଂଗ୍ରେସ ଦଳର ନେତା ହୋଇଥିଲେ ମଧ୍ୟ ଜୟପୁରର ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ସରକାରଙ୍କୁ ସେ ନିଜ ଅଭିଜ୍ଞତାର ପରାମର୍ଶ ଦେଇଛନ୍ତି। ରାଜନେତା ସହିତ ଦେଶର ଅଭିଜ୍ଞ ଅର୍ଥବିଶାରଦ ଭାବରେ ଜଣାଶୁଣା ଏହି ନେତା ଉଦାରିକରଣ, ଘରୋଇକରଣ ଏବଂ ଜଗତିକରଣ ନୀତି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି।

ଏବେ ଦେଶର ଅଭିବୃଦ୍ଧି ହାର ଧିମା ପଡ଼ିଛି। ପୁ଼ଞ୍ଜି ନିବେଶ ସ୍ଥିର ରହିଥିବାବେଳେ ଚାଷୀ ସଙ୍କଟରେ ରହିଛନ୍ତି, ବ୍ୟାଙ୍କିଙ୍ଗ ସିଷ୍ଟମ୍ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏଥିସହ ବେରୋଜଗାର ମଧ୍ୟ ବଢ଼ିଛି। ଏଭଳି ସ୍ଥିତିରେ ମୋଦି ସରକାରଙ୍କ ଲକ୍ଷ୍ୟ ୫ ହଜାର ଅରବ ଡଲାରରେ ପହଞ୍ଚିବା ପାଇଁ ବୁଝି ବିଚାରି ରଣନୀତି ପ୍ରସ୍ତୁତ କରିବା ଦରକାର ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ୧୯୯୧ରେ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ମନମୋହନ ସିଂହ ଉଦାରିକରଣ, ଘରୋଇକରଣ ଏବଂ ଜଗତିକରଣ ଉପରେ ଗୁରୁତ୍ୱ ଦେଇଥିଲେ। ଯାହାକି ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକରେ ଆଣିଥିଲା।

ନିକଟରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଏହି ନେତା କହିଛନ୍ତି ସରକାରକୁ ଟ୍ୟାକ୍ସ ଫାଙ୍କୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବାକୁ ହେବ, ଭିନ୍ନ ବିଚାରଧାରା ବ୍ୟକ୍ତିଙ୍କ ମନ୍ତବ୍ୟକୁ ସମ୍ମାନ ଦେବା ଜରୁରୀ ଏବଂ ସରକାରଙ୍କୁ ସମସ୍ତ କ୍ଷେତ୍ରରେ ସନ୍ତୁଳନ ରଖିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଦେଶର ଗଣତନ୍ତ୍ରକୁ ମଜବୁତ ରଖିବା ପାଇଁ ଆଗାମୀ ଦିନରେ ଦୂରଦର୍ଶୀ, ସଠିକ୍ ବିଚାରଧାରା କରିପାରୁଥିବା ବ୍ୟକ୍ତି ଆଗାମୀ ଦିନରେ ଦେଶ ପାଇଁ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସେହିପରି କୋର୍ଟ, ନିର୍ବାଚନ ଆୟୋଗ, ସିବିଆଇ, ସିଏଜି, ସୂଚନା ଆୟୋଗ ଭଳି ସଂସ୍ଥା ସମ୍ୱିଧାନର ନିୟମ ଅନୁସାରେ ସ୍ୱତନ୍ତ୍ର କ୍ଷମତା ପାଇଛନ୍ତି ସ୍ୱାଧୀନ ହୋଇ କାମ କରିବା ପାଇଁ। ଲୋକଙ୍କର ଅନେକ ଆଶା ମଧ୍ୟ ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଯାହାକି ୫ ପ୍ରତିଶତ ରହିଛି। ଏହାକୁ ନେଇ କାଠଗଡ଼ାରେ ଏବେ ମୋଦି ସରକାଙ୍କ ଆର୍ଥିକ ନୀତି। ଦେଶର ଏଭଳି ମାନ୍ଦାବସ୍ଥା ମନୁଷ୍ୟକୃତ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ। ମୋଦି ସରକାରଙ୍କ ତାଙ୍କ ପ୍ରଥମ ସରକାରରେ ନେଇଥିବା ଜିଏସଟି, ନୋଟବନ୍ଦୀ ଭଳି ହଠାତ୍ ନିଷ୍ପତ୍ତି ଦେଶର ଅର୍ଥବ୍ୟବସ୍ଥା ଖରାପ ହେବାର କାରଣ ବୋଲି ମନମୋହନ ସିଂହ କହିଥିଲେ। ଯାହାର ଜବାବ ମଧ୍ୟ କିଛି ଦେଇନଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଥିଲେ ମନମୋହନ ସିଂହ ଯାହା କହିଛନ୍ତି ମୁଁ ଶୁଣିଛି ଏ ବାବଦରେ ମୁଁ କୌଣସି ପ୍ରତିକ୍ରିୟା ରଖିବାକୁ ଚାହୁଁନି।



from Odisha Reporter https://ift.tt/2ZZ9KgW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages