ଆଜି ନୌସେନାରେ ସାମିଲ ହେବ ଆଇଏନ୍ଏସ ଖାଣ୍ଡେରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 27, 2019

ଆଜି ନୌସେନାରେ ସାମିଲ ହେବ ଆଇଏନ୍ଏସ ଖାଣ୍ଡେରି

ନୂଆଦିଲ୍ଲୀ: ସୀମାପାର ହାମଲାକୁ ନେଇ ଭାରତର ଚିନ୍ତା ବଢ଼ୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ ସେନା ପକ୍ଷରୁ ପ୍ରସ୍ତୁତି ମଧ୍ୟ ବଢ଼ିବାରେ ଲାଗିଛି । ଏହି ପ୍ରୟାସରେ ଆଜି ଭାରତୀୟ ନୌସେନାରେ ସାମିଲ ହେବ ବୁଡ଼ାଜାହାଜ ଆଇଏନ୍ଏସ ଖାଣ୍ଡେରି । ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ । ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି ।

ସେପ୍ଟେମ୍ବର ୧୯ରେ ଏହା ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ନୌସେନାରେ ସାମିଲ କରିବେ । ଖାଣ୍ଡେରି ଦେଶର ଅତ୍ୟାଧୁନିକ ଓ ସର୍ବୋତ୍କୃଷ୍ଟ ବୁଡ଼ାଜାହାଜ । ଫ୍ରାନ୍ସ ଜ୍ଞାନକୌଶଳରେ ମୁମ୍ବାଇରେ ନିର୍ମିତ ଏହି ଜାହାଜର ଓଜନ ୧୭ ଶହ ୭୫ ଟନ୍ । ୬୭.୫ ମିଟର ଲମ୍ବର ଏହି ବୁଡ଼ା ଜାହାଜରେ ୪ଟି ଡିଜେଲ୍ ଇଂଜିନ ଓ ୩୬୦ଟି ବ୍ୟାଟେରୀ ଖଞ୍ଜା ଯାଇଛି । ଏହା ୩୫୦ ମିଟର ଗଭୀରରେ ୫୦ ଦିନ ଯାଏ ରହିପାରିବ ।

ପାଣି ଭିତରେ ଘଣ୍ଟାପ୍ରତି ୩୭ କିଲୋମିଟର ବେଗରେ ଗତି କରିପାରିବ । ନିଜର କ୍ଷତି ହେବାକୁ ନ ଦେଇ ଶତ୍ରୁ ପକ୍ଷର କ୍ଷତି ପହଞ୍ଚାଇ ପାରି‍ବାର କ୍ଷମତା ଥିବାରୁ ଏହାକୁ ସାଇଲେଣ୍ଟ କିଲର ବୋଲି ଅଭିହିତ କରାଯାଇଛି ।  ଏହା ଭିତରେ ଲାଗିଥିବା ମ୍ୟାଗ୍ନେଟାଇଜଡ ପ୍ରପଲସନ ମୋଟର ଫଳରେ ଜାହାଜର ଶବ୍ଦ ବାହାରକୁ ଆସିବ ନାହିଁ । ଅର୍ଥାତ ଏହା ଗତି କରୁଥିବାର କୌଣସି ଶବ୍ଦ ବାହାରକୁ ଯିବ ନାହିଁ ଫଳରେ ଶତ୍ରୁ ପକ୍ଷ ଏହାର ଟେର ପାଇବ ନାହିଁ।



from Odisha Reporter https://ift.tt/2mtGiSz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages