ଦୁଇ ନକଲି ଭିଜିଲାନ୍ସ ଡିଏସ୍‌ପି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 27, 2019

ଦୁଇ ନକଲି ଭିଜିଲାନ୍ସ ଡିଏସ୍‌ପି ଗିରଫ

ଭବାନୀପାଟଣା(ରାଜକୁମାର ସିଂହଦେଓ):  ଦୁଇ  ନକଲି ଭିଜିଲାନ୍ସ ଅଫିସର ଗିରଫ। କଳାହାଣ୍ଡି ଜିଲ୍ଲା  ମଦନପୁର ଥାନା ଅନ୍ତର୍ଗତ  କର୍ଲାମୁଣ୍ଡା ନୋଡାଲ ସ୍କୁଲରେ ପଶି  ନିଜକୁ ଭିଜିଲାନ୍ସ  ଡିଏସ୍‌ପି  କହି କାଗଜପତ୍ର ମାଗୁଥିବା ବେଳେ ସେମାନଙ୍କ  ହାବଭାବରୁ ସନ୍ଦେହ ପ୍ରକାଶ ପାଇଥିଲା। ଏନେଇ ଶିକ୍ଷକମାନେ ଗାଁଲୋକଙ୍କୁ ଜଣାଇଥିଲେ। ଏହାପରେ ସେମାନଙ୍କୁ  କାବୁ କରି ଗାଁଲୋକେ ପୁଲିସ୍ ଜିମାରେ ଦେଇଥିଲେ। ଉଭୟଙ୍କୁ ପୁଲିସ୍ ଗିରଫ କରି ତଦନ୍ତ ଜାରି ରଖିଛି।

ସେମାନେ ଦୁଇ ଜଣ ଠକ ବୋଲି ପୁଲିସ୍ ତଦନ୍ତ ପରେ ଜଣାପଡ଼ିଛି। ଜଣେ ସ୍ଥାନୀୟ ଅଞ୍ଚଳର ସୁଧାକର ତ୍ରିପାଠୀ। ଅନ୍ୟ ଜଣେ ସମ୍ୱଲପୁର ଅଞ୍ଚଳର ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।



from Odisha Reporter https://ift.tt/2nmq4L4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages