ମିଶନ ଚନ୍ଦ୍ରଯାନ ୨ ବିଫଳ ନୁହେଁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ମିଶନ ଚନ୍ଦ୍ରଯାନ ୨ ବିଫଳ ନୁହେଁ!

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରାୟନ ୨ ଲ୍ୟାଣ୍ଡିଂ କରିବାର ଅନ୍ତିମ ସମୟରେ ଜଟିଳ ପରିସ୍ଥିତ ସୃଷ୍ଟି ହୋଇଥିଲା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ମାତ୍ର ୨.୧ କିଲୋମିଟର ଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକ ଯେଉଁଭଳି ଭାବରେ ପ୍ରଚେଷ୍ଟା କରିଥିଲେ ଅନ୍ତିମ ସମୟରେ ତାହା ସଫଳ ହୋଇନଥିଲେ ମଧ୍ୟ ମିଶନ ଚନ୍ଦ୍ରଯାନ ୨ ବିଫଳ ବୋଲି କୁହାଯାଇ ପାରିବ ନାହିଁ।

କାରଣ ହେଲା ଲ୍ୟାଣ୍ଡର ସହ ପୃଥିବୀର ସଂଯୋଗ ବିଚ୍ଛିନ୍ନ ହେଲେ ମଧ୍ୟ ଇସ୍ରୋର ଏହି ମିଶନ ଆଗାମୀ ବର୍ଷେ ପାଇଁ ଚାଲୁ ରହିବ। ଚନ୍ଦ୍ରଯାନରେ ଥିବା ଲ୍ୟାଣ୍ଡର ଓ ରୋଭର ସହିତ ଇସ୍ରୋର ସଂଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଚନ୍ଦ୍ରଯାନ ୨ରେ ଥିବା ଅର୍ବିଟର କିନ୍ତୁ କାମ କରୁଛି। ଅର୍ବିଟର ବର୍ଷେ ପାଇଁ ସକ୍ରିୟ ରହିବ ବୋଲି ଜଣାପଡ଼ିଛି। ଏହି ଅର୍ବିଟର ଜରିଆରେ ଚନ୍ଦ୍ରର ସମସ୍ତ ଫଟୋ ଆମକୁ ମିଳିପାରିବ। ଚନ୍ଦ୍ର ବାବଦରେ ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କୁ ସମସ୍ତ ତଥ୍ୟ ମିଳିପାରିବ।

ଇସ୍ରୋର ବୈଜ୍ଞାନିକ କହିଛନ୍ତି ମିଶନ ଚନ୍ଦ୍ରଯାନ-୨ର ୫ ପ୍ରତିଶତ ପ୍ରଭାବିତ ହୋଇଛି। ବାକି ୯୫ ପ୍ରତିଶତ ସଫଳ ରହିଛି। ଯେଉଁ ୫ ପ୍ରତିଶତ ପ୍ରଭାବିତ ହୋଇଛି ତାହା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବା। ଚନ୍ଦ୍ରରେ ଏହା ପହଞ୍ଚିବା ପରେ ମାତ୍ର ୧୪ ଦିନ ପାଇଁ ଏହି ରୋଭର ପ୍ରଜ୍ଞାନ ସକ୍ରିୟ ରହିବ। ହେଲେ ମିଶନ ଚନ୍ଦ୍ରାୟାନ ୨ରେ ଅର୍ବିଟର ଆଗାମୀ ବର୍ଷେ ପାଇଁ କାମ କରିବ। ଏହି ଅର୍ବିଟର ଜରିଆରେ ମଧ୍ୟ ଲ୍ୟାଣ୍ଡରର ସମସ୍ତ ସୂଚନା ମିଳିପାରିବ ବୋଲି ଜଣାପଡ଼ିଛି। ଯଦି ସବୁକିଛି ଠିକଠାକ ରହେ ତାହା ହେଲେ କ’ଣ ପାଇଁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଜଣାପଡ଼ିବ।

ସେହିପରି ଜିଏସଏଲଭି ମାର୍କର ରକେଟ୍ ୩ ଯାନ ଜରିଆରେ ଚନ୍ଦ୍ରଯାନ ୨କୁ ଚନ୍ଦ୍ରମାର ଅର୍ବିଟ୍ ନିକଟରେ ପହଞ୍ଚାଇ ପାରିବା ସ୍ପେସ ପ୍ରୋଗ୍ରାମର ବଡ଼ ସଫଳତା। ଜିଏସଏଲଭି ମାର୍କ ୩ ସବୁଠାରୁ ବିଶାଳକାୟ ରକେଟ ଥିବାରୁ ଏହାକୁ ବାହୁବଳୀ ବୋଲି ମଧ୍ୟ କୁହାଯାଏ।



from Odisha Reporter https://ift.tt/313Ls6G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages